ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦାଠାରେ ସଜେଇ ହେବାକୁ ଲାଗିଲାଣି ଶ୍ରୀମନ୍ଦିରର ସ୍ନାନମଣ୍ଡପ । ଶୁକ୍ରବାର ସ୍ନାନମଣ୍ଡପରେ ବିଜେ କରି ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି ।
ସ୍ନାନଯାତ୍ରା ପାଇଁ ସଜେଇ ହେଉଛି ଦ୍ବିତୀୟ ଶ୍ରୀକ୍ଷେତ୍ର, ସାଧାରଣ ଦର୍ଶନ ମନା
ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଶୁକ୍ରବାର ଅନୁଷ୍ଠିତ ହେବ । ଭକ୍ତଙ୍କ ବିନା ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ନୀତିକାନ୍ତି । ଅଧିକ ପଢନ୍ତୁ...
ବର୍ଷକୁ ଥରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ହେଉଥିବାରୁ ଏହି ଦିନକୁ ଉତ୍କଣ୍ଠାର ସହ ଅନାଇ ବସିଥାଏ ଭକ୍ତ । ହେଲେ ଏଥର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ସାଜିଛି ମହାମାରୀ କୋରୋନା । ଚଳିତ ଥର ଦ୍ବିତୀୟ ଶ୍ରୀକ୍ଷେତ୍ରରେ ମଧ୍ୟ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଭକ୍ତଙ୍କ ଦର୍ଶନ ଉପରେ ରୋକ ଲଗାଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । କେବଳ ସେବାୟତମାନଙ୍କୁ ନେଇ ଏହି ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହେବ ବୋଲି ଦେବୋତ୍ତର ବିଭାଗ ନିଷ୍ପତ୍ତି ନେଇଛି ।
ବାରିପଦା ଜଗନ୍ନାଥ ମନ୍ଦିରଠାରୁ ବାଲେଶ୍ଵର ଗୋଲେଇ ଏବଂ ବାରିପଦା ଟାଉନ ଥାନା ପର୍ଯ୍ୟନ୍ତ ଶୁକ୍ରବାର ସକାଳ ୭ଟାରୁ ଶନିବାର ସକାଳ ୭ଟା ଯାଏଁ ଲାଗୁ ହେବ ୧୪୪ ଧାରା । ଜନସାଧାରଣ ଯେପରି ମନ୍ଦିର ପାଖକୁ ନ ଆସନ୍ତି ସେଥିପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବା ସହ କୋରୋନା ନିୟମକୁ କଡାକଡି ପାଳନ ହେବ ବୋଲି ଦେବତ୍ତୋର ବିଭାଗ ଦାୟିତ୍ବରେ ଥିବା ବାରିପଦା ଉପଜିଲ୍ଲାପାଳ କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ