ବାରିପଦା: ଗୃହ ନିର୍ମାଣ ବିବାଦକୁ ନେଇ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ ସମୟରେ ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୯ ଜଣ ଗିରଫ । ପୋଲିସ ଆଜି(ରବିବାର) ମାମଲାରେ 9 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗତକାଲି(ଶନିବାର) କୁଳିଅଣା ଥାନା ଭଗବାନପୁର ପଞ୍ଚାୟତରେ ଘଟିଥିଲା ଏହି ଘଟଣା ।
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଭଗବାନପୁର ଗ୍ରାମପଞ୍ଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା । ପରେ ଉତ୍ତ୍ୟକ୍ତ ଲୋକେ ୧୮ ନମ୍ବର ଜାତୀୟ ରାଜପଥ ସୌରୀ ଛକ ନିକଟରେ ରାଜରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ଜିଲ୍ଲାପାଳ ବ୍ୟକ୍ତିଗତ କାର୍ଯ୍ୟରେ ସେହି ରାସ୍ତା ଦେଇ ବାଙ୍ଗରିପୋଷି ଅଭିମୁଖେ ଯାଉଥିବାବେଳେ ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଗାଡିକୁ ଅଟକାଇ ଭଙ୍ଗାରୁଜା କରିଥିଲେ ।