ଓଡିଶା

odisha

ETV Bharat / city

ଘରେ ପଶି ନାବାଳିକାକୁ ଅସଦାଚରଣ ଅଭିଯୋଗ

ବାରିପଦା କଳିକାପୁର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ ସହ ମା’ ଓ ବାପାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ..

By

Published : Feb 8, 2020, 6:30 PM IST

ଘରେ ପଶି ନାବାଳିକାକୁ ଅସଦାଚରଣ ଅଭିଯୋଗ
ଘରେ ପଶି ନାବାଳିକାକୁ ଅସଦାଚରଣ ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କଳିକାପୁର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ ସହ ମା’ ଓ ବାପାଙ୍କୁ ଆକ୍ରମଣ ଅଭିଯୋଗ। ଏନେଇ ବାରିପଦା ଟାଉନ ପୋଲିସ 3 ଜଣଙ୍କୁ ଅଟକ ରଖିଥିବା ବେଳେ 2 ଜଣ ଫେରାର ଅଛନ୍ତି। କରଜ ଦେଇଥିବା ଟଙ୍କା ମାଗିବାରୁ ଓଲଟା ଆକ୍ରମଣ କରିଛନ୍ତି 5 ଜଣ ଯୁବକ। ଘରେ ପଶି ଜୋର ଜବରଦସ୍ତ ସେହି ଯୁବକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ସହ ବାପା-ମା’ଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି।

ଘରେ ପଶି ନାବାଳିକାକୁ ଅସଦାଚରଣ ଅଭିଯୋଗ


ଏନେଇ ବାରିପଦା ଟାଉନ ଥାନାରେ ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହା ପରେ ଦୁଇ ଜଣ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବାବେଳେ ୩ ଜଣ ଫେରାର ଥିବା ଜଣାପଡିଛି। ସେମାନେ ହେଲେ ରମେଶ ଟୁଡୁ, ବାଙ୍ଗୁର ଟୁଡୁ, ଭାନୁ ଦାସ, କାଁହୁ ଦାସ । ଏଭଳି ଘଟଣା ଘଟିଛି ବାରିପଦା ପୌରପାଳିକା ଅନ୍ତର୍ଗତ ୱାର୍ଡ24 କଳିକାପୁର ଅଞ୍ଚଳରେ। ପୀଡିତାଙ୍କୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି। ବାରିପଦା ଟାଉନ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details