ଓଡିଶା

odisha

ETV Bharat / city

ପ୍ରସ୍ତାବିତ ବାରିପଦା ବୁଢାବଳଙ୍ଗ ରିଙ୍ଗ୍ ରୋଡକୁ ବିରୋଧ - ରିଙ୍ଗରୋଡର ଯୋଜନା କରିଛନ୍ତି ରାଜ୍ୟ ସରକାର

ବୁଢ଼ାବଳଙ୍ଗରେ ଆଡିବନ୍ଧ ଓ ବାରିପଦା ସହରରେ ରିଙ୍ଗ ରୋଡ଼ ନିର୍ମାଣକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା । ତାକୁ ନଜରରେ ରଖି ବୁଢାବଳଙ୍ଗ ନଦୀ ଓ ବାରିପଦା ସହର ମଝିରେ ଏକ ରିଙ୍ଗରୋଡର ଯୋଜନା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

Opposition to the proposed Baripada Budhabalang Ring Road
ପ୍ରସ୍ତାବିତ ବାରିପଦା ବୁଢାବଳଙ୍ଗ ରିଙ୍ଗ୍ ରୋଡକୁ ବିରୋଧ

By

Published : Aug 10, 2022, 11:00 AM IST

ବାରିପଦା:ବୁଢାବଳଙ୍ଗ ନଦୀ ଓ ବାରିପଦା ସହର ମଝିରେ ଏକ ରିଙ୍ଗରୋଡର ଯୋଜନାକୁ ବିରୋଧ । ବାତ୍ୟା ଫାଇଲିନରେ ବାରିପଦା ସହରର କ୍ଷତିଗ୍ରସ୍ତକୁ ନଜରରେ ରଖି ସହର ମଝିରେ ଏକ ରିଙ୍ଗରୋଡର ଯୋଜନା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ସ୍ଥାନୀୟ ଲୋକେ ଜବରଦଖଲ ଉଚ୍ଛେଦକୁ ନେଇ ଏହି ଯୋଜନାକୁ ବିରୋଧ କରିଛନ୍ତି । ମଧୁବନ-ଅସ୍ତିଆ ରାସ୍ତାରେ ନୂଆ ପୋଲ କାମ ଶେଷ ପର୍ଯ୍ୟାୟରେ ଥିବା ବେଳେ ଏବେ ରିଙ୍ଗରୋଡ କାମ ଲାଗି ଜାଗା ଚିହ୍ନଟ ଓ ଜବରଦଖଲ ଉଚ୍ଛେଦ ଚାଲିଛି ।

ପ୍ରସ୍ତାବିତ ବାରିପଦା ବୁଢାବଳଙ୍ଗ ରିଙ୍ଗ୍ ରୋଡକୁ ବିରୋଧ

ତେବେ ଚିହ୍ନଟ ପରେ 7ନମ୍ବର ଓ୍ୱାର୍ଡରେ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଏହା ସତ୍ତ୍ବେ କେହି ଯାଗା ନଛାଡିବାରୁ ଗତ ଜୁଲାଇ ୨୬ ତାରିଖରେ ପ୍ରଶାସନ ସେମାନଙ୍କ ମଧ୍ୟରୁ ୧୪ ପରିବାରକୁ ଉଚ୍ଛେଦ କରିବା ସହିତ ଅନ୍ୟ ମାନଙ୍କ ନାମ ଠିକଣା ଲେଖି ନେଇଛନ୍ତି । ଉଚ୍ଛେଦ ହୋଇଥିବା ୧୪ ପରିବାର ଏବେ ବି ପୋଲ ଉପରେ ପଲିଥିନ୍ ତଳେ ଜୀବନ କାଟୁଛନ୍ତି । ସମସ୍ତଙ୍କୁ ଥଇଥାନ ନକରି ଏଭଳି ଉଚ୍ଛେଦ କରିବାକୁ ସହଜରେ ଗ୍ରହଣ କରୁନାହାନ୍ତି ସ୍ଥାନୀୟ ବାସିନ୍ଦା ।

ସରକାରୀ ନିୟମ ଅନୁସାରେ, ପୋଲ ବା ବନ୍ଧ ଠାରୁ ଦେଢଶହ ମିଟର ଦୂର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବା ବଦଳରେ ତା ଠାରୁ ବେଶି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସହର ତଥା ସହରବାସୀଙ୍କ ସୁରକ୍ଷା ଲାଗି ବନ୍ଧ ନିର୍ମାଣ ହେବା ସ୍ୱାଗତ ଯୋଗ୍ୟ । ହେଲେ ନଦୀ ମଝିରୁ ଦୁଇ ପଟକୁ ଠିକ ଭାବରେ ମ‍ାପକରି ବନ୍ଧ ଯାଗା ଚିହ୍ନଟ ହେବା ନିହାତି ଜରୁରୀ। ତା'ସହିତ ଉଚ୍ଛେଦ ମଧ୍ୟ କମ୍ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ କାଉନସିଲର । ତେବେ ଏ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ମୁହଁ ଖୋଲିବାକୁ ନାରାଜ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details