ଓଡିଶା

odisha

ETV Bharat / city

ସହିଦ ଯବାନ ଜାମିନୀକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ, ସେନା ପକ୍ଷରୁ ତୋପ ସଲାମୀ

ଶୋକାକୂଳ ପରିବେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ହଳଦୀପାଳ ଗ୍ରାମର ସହୀଦ ବୀର ଯବାନ ଜାମିନୀକାନ୍ତ ମହାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯବାନ ଜାମିନୀ କାନ୍ତଙ୍କୁ ତାଙ୍କ ପୈତୃକ ଗ୍ରାମରେ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଯବାନ ଜାମିନୀକାନ୍ତ ଭାରତୀୟ ସେନା ବାହିନୀରେ ହାବିଲଦାର ଭାବେ ଗୋପାଳପୁର ଠାରେ କାର୍ଯ୍ୟରତ ଥିଲେ । ଅଧିକ ପଢନ୍ତୁ

ସହିଦ ଯବାନ ଜାମିନୀକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ , ସେନା ପକ୍ଷରୁ ଦିଆଗଲା ତୋପ ସଲାମୀ
ସହିଦ ଯବାନ ଜାମିନୀକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ , ସେନା ପକ୍ଷରୁ ଦିଆଗଲା ତୋପ ସଲାମୀ

By

Published : Oct 18, 2022, 9:34 AM IST

ବାରିପଦା: ଶୋକାକୂଳ ପରିବେଶରେ ସୋମବାର ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ହଳଦୀପାଳ ଗ୍ରାମର ସହୀଦ ବୀର ଯବାନ ଜାମିନୀକାନ୍ତ ମହାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଯବାନ ଜାମିନୀ କାନ୍ତଙ୍କୁ ତାଙ୍କ ପୈତୃକ ଗ୍ରାମରେ ସେନା ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ଯବାନ ଜାମିନୀକାନ୍ତ ଭାରତୀୟ ସେନା ବାହିନୀରେ ହାବିଲଦାରଭାବେ ଗୋପାଳପୁରଠାରେ କାର୍ଯ୍ୟରତ ଥିଲେ । ତେବେ ଗତ ଶୁକ୍ରବାର ରାତିରେ ତାଙ୍କର ହଠାତ ମୃତ୍ୟୁ ହୋଇଥିଲା ।

ସହିଦ ଯବାନ ଜାମିନୀକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ , ସେନା ପକ୍ଷରୁ ଦିଆଗଲା ତୋପ ସଲାମୀ

ସେଠାରେ ଶବ ବ୍ୟବଚ୍ଛେଦ ପରେ ଆବଶ୍ୟକୀୟ କାଗଜପତ୍ର ଶେଷ ପରେ, ଗତ ରବିବାର ବିଳମ୍ବିତ ରାତିରେ ତାଙ୍କ ପାର୍ଥିବ ଶରୀର ପୈତୃକ ଗ୍ରାମ ମୋରଡା ବ୍ଲକ ହଳଦୀପାଳ ପଞ୍ଚାୟତର ହଳଦୀପାଳ ଗ୍ରାମରେ ପହଞ୍ଚିଥିଲା । ଗ୍ରାମ ସହୀଦ ଯବାନଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକାକୂଳ ହୋଇପଡିଥିଲା । ସହିଦଙ୍କ ବାସଭବନକୁ ମୋରଡା ବିଧାୟକ ରାଜ କିଶୋର ଦାସ, ମୋରଡା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ, କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୋରଡା ବ୍ଲକ ଅଧ୍ୟକ୍ଷ ପିଥନାଥ ସରେନ, ଉପାଧ୍ୟକ୍ଷ ସମାଜ ସେବୀ ଜେମାମଣି ମହାନ୍ତ, ବିଜେଡ଼ି ନେତା ଆଦିତ୍ୟ ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ସଂଖ୍ୟାରେ ରାଜନେତା, ଶିକ୍ଷାବିତ, ସମାଜସେବୀ, ଗ୍ରାମବାସୀ ଆସି ଶ୍ରଦ୍ଧାଞ୍ଜଳି ଦେବା ସହିତ ସମେବଦନା ଜଣାଇଥିଲେ ।

ପରେ ଗ୍ରାମବାସୀ, ପୋଲିସ, ଡ୍ରାଇଭର ମହାସଂଘ ରାଜନେତା, ବୁଦ୍ଧିଜୀବୀ ଓ ସମାଜସେବୀ ଏକ ବିଶାଳ ଶୋଭାଯାତ୍ରରେ ସହୀଦ ବୀର ଯବାନଙ୍କ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଗ୍ରାମ ପରିକ୍ରମା କରି ସ୍ମଶାନକୁ ନେଇଥିଲେ। ଗ୍ରାମରେ ଥିବା ତାଙ୍କ ପୈତୃକ ଜମିରେ ମର ଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା ।

ସହିଦ ଯବାନ ଜାମିନୀ କାନ୍ତ ମହାନ୍ତଙ୍କ ପରିବାରରେ ମାଆ, ପତ୍ନୀ, ଏବଂ ଏକମାତ୍ର ପୁଅ ଅଛନ୍ତି । ସହିଦ ଯବାନ ଦୀର୍ଘ ୧୮ ବର୍ଷ ହେଲା ଭାରତୀୟ ସେନାବାହିନୀରେ ଥିଲେ ।

ଇଟିଭି ଭାରତ, ମୟୁରଭଞ୍ଜ

ABOUT THE AUTHOR

...view details