ଓଡିଶା

odisha

ETV Bharat / city

ବେଆଇନ ଗୋରୁଚାଲାଣ: ୩ଟି ପିକଅପ ସହ ୩୦ ଗୋରୁ ଉଦ୍ଧାର, ୪ ଗିରଫ

ବାରିପଦା ଟାଉନ ଥାନା ଓ ସଦର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲାଣ ହେଉଥିବା ୩ ଟି ଗୋରୁ ବୋଝେଇ ପିକ ଅପ ଜବତ କରିବା ସହ ୩୦ ଟି ଗୋରୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ବେଆଇନ ଗୋରୁଚାଲାଣ:  ୩ଟି ପିକଅପ ସହ ୩୦ ଗୋରୁ ଉଦ୍ଧାର, ୪ ଗିରଫ
ବେଆଇନ ଗୋରୁଚାଲାଣ: ୩ଟି ପିକଅପ ସହ ୩୦ ଗୋରୁ ଉଦ୍ଧାର, ୪ ଗିରଫ

By

Published : Oct 19, 2020, 9:10 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଓ ସଦର ଥାନା ପୁଲିସ ପକ୍ଷରୁ ୩ଟି ପିକଅପରେ ବେଆଇନ ଭାବେ ଚାଲାଣ ହେଉଥିବା ୩୦ଟି ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ୩ଟି ପିକଅପ ଜବତ କରିଛି ।

ବେଆଇନ ଗୋରୁଚାଲାଣ: ୩ଟି ପିକଅପ ସହ ୩୦ ଗୋରୁ ଉଦ୍ଧାର, ୪ ଗିରଫ

ସୂଚନା ଅନୁଯାୟୀ ବାରିପଦା ସଦର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଶାଗୁଣାବସା ଗାଁ ନିକଟ ଛକରେ ଦୁଇଟି ପିକ ଅପରେ ନିଆଯାଉଥିବା ୨୦ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଗାଡି ଚାଳକ ବାବୁଲା ମହାନ୍ତ ଓ ସୁନୀଳ ସାହୁଙ୍କୁ ଗିରଫ କରିଛି । ସେହିପରି ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ସର୍କଲରେ କେଶରିଆ ହିନ୍ଦୁ ପରିଷଦ ପକ୍ଷରୁ ଗୋଟିଏ ପିକଅପରେ ୧୦ ଟି ଗୋରୁ ଚାଲାଣ ହେଉଥିବା ବେଳେ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ । ଟାଉନଥାନା ପୋଲିସ ପିକଅପ ସହ ଗୋରୁ ଜବତ କରିଛି। ପିକ ଅପ ଚାଳକ ଦିଲ୍ଲୀପ ବେହେରା ଓ ସହଯୋଗୀ ପଦ୍ମଲୋଚନ ମହାନ୍ତଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।

ତେବେ ମୟୂରଭଞ୍ଜ ଜିଲ୍ଲାରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ଗୋରୁ ଚାଲାଣ ରୋକିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details