ଓଡିଶା

odisha

ETV Bharat / city

ଲକ୍‌ଡାଉନ୍‌: ପୋଷ୍ଟାଲ ଗାଡିରେ ଦାଦନ ଶ୍ରମିକ - ଜାତୀୟ ରାଜପଥ ମଞ୍ଚବନ୍ଧା

ଲଗ୍‌ଡାଉନ୍‌ ସମୟରେ ଯାତାୟାତ ଠପ ରହୁଥିବାବେଳେ ପୋଷ୍ଟାଲ ଗାଡିରେ ବୁହା ହେଉଛନ୍ତି ଦାଦନ ଶ୍ରମିକ । ଅଧିକ ପଢନ୍ତୁ...

Dadan workers in postal vehicles in odisha
ଲକ୍‌ଡାଉନ୍‌: ପୋଷ୍ଟାଲ ଗାଡିରେ ଦାଦନ ଶ୍ରମିକ

By

Published : Apr 1, 2020, 5:51 PM IST

Updated : Apr 1, 2020, 6:07 PM IST

ବାରିପଦା: କୋରୋନା ମୁକାବିଲା ପାଇଁ ଦେଶକୁ 21 ଦିନ ପାଇଁ ଲକ ଡାଉନ୍‌ ଘୋଷଣା କରାଯାଇଛି । ଫଳରେ ଠପ୍‌ ହୋଇଯାଇଛି ଜନଜୀବନ । ସେପଟେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ଏବେ ଘରମୁହାଁ । ଏପରି ସ୍ଥିତିରେ କେନ୍ଦ୍ର ସରକାରଙ୍କ ପୋଷ୍ଟାଲ ପାର୍ସଲ ଗାଡିରେ ଶ୍ରମିକଙ୍କୁ ନିଆଯାଉଥିବା ଦେଖିବାକୁ ମିଳିଥିବାବେଳେ ବାରିପଦା ପୋଲିସ ଗାଡି ସହ 40 ଜଣ ଦାଦନ ଶ୍ରମିକଙ୍କୁ ଅଟକ ରଖିଛି ।

ଲକ୍‌ଡାଉନ୍‌: ପୋଷ୍ଟାଲ ଗାଡିରେ ଦାଦନ ଶ୍ରମିକ

ବାରିପଦା ପୋଲିସ ପୋଷ୍ଟାଲ ଗାଡିକୁ ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଚେନ୍ନାଇର ବିଭିନ୍ନ କମ୍ପାନୀରେ କାମ କରୁଥିବା ଝାଡଖଣ୍ଡ ରାଜ୍ୟର 40ରୁ ଉର୍ଦ୍ଧ୍ବ ଶ୍ରମିକ ପୋଷ୍ଟାଲ ପାର୍ସଲ ଗାଡିରେ ନିଜ ରାଜ୍ୟକୁ ଯାଉଥିବାବେଳେ ବାରିପଦା ପୋଲିସ ସମସ୍ତଙ୍କୁ ଅଟକ ରଖିଛି ।

ସେମାନଙ୍କୁ 18 ନମ୍ବର ଜାତୀୟ ରାଜପଥ ମଞ୍ଚବନ୍ଧା ନିକଟ ଏକ ସ୍କୁଲରେ ରଖିବା ସହ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଛି । ଅନ୍ୟପକ୍ଷରେ ଲକ ଡାଉନ୍‌ ହଟିବା ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ଏଠାରେ ରଖାଯିବ ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 1, 2020, 6:07 PM IST

ABOUT THE AUTHOR

...view details