ଓଡିଶା

odisha

ETV Bharat / city

ଜୀବିତ ମହିଳାଙ୍କୁ ମୃତ ଘୋଷଣା, କୋଭିଡ ହସ୍ପିଟାଲରେ ଉତ୍ତେଜନା - mayurbhanj news

ମୟୂରଭଞ୍ଜ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବାବେଳେ କୋରୋନାରେ ଜଣେ ଜୀବିତ ମହିଳାଙ୍କୁ ମୃତ ଘୋଷଣା କରି ଅଡ଼ୁଆରେ ହସ୍ପିଟାଲ କର୍ତ୍ତୃପକ୍ଷ । ଯାହାକୁ ନେଇ କୋଭିଡ ହସ୍ପିଟାଲ ସମ୍ମୁଖରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ...

ଜୀବିତ ମହିଳାଙ୍କୁ ମୃତ ଘୋଷଣା, କୋଭିଡ ହସ୍ପିଟାଲରେ ଉତ୍ତେଜନା
ଜୀବିତ ମହିଳାଙ୍କୁ ମୃତ ଘୋଷଣା, କୋଭିଡ ହସ୍ପିଟାଲରେ ଉତ୍ତେଜନା

By

Published : Sep 19, 2020, 8:37 PM IST

ବାରିପଦା: ରାଜ୍ୟରେ କୋରୋନା ସ୍ଥିତି ଅଣାୟତଃ ହେଉଥିବାବେଳେ କୋରୋନାରେ ପୀଡିତ ଜଣେ ଜୀବିତ ମହିଳାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରୁ ।

ବାରିପଦାସ୍ଥିତ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଗତ 7 ତାରିଖରେ ରାଇରଙ୍ଗପୁର ୱାର୍ଡ ନମ୍ବର 12 ଇଚିଣ୍ଡା ଅଞ୍ଚଳର ଜଣେ ମହିଳା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ବାରିପଦାସ୍ଥିତ ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ୮ ତାରିଖ ଦିନ କୋରୋନାରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ପରିବାରଙ୍କୁ ଜଣାଇଥିଲେ । ମେଡିକାଲରୁ ଫୋନ ଯୋଗେ ମହିଳାଙ୍କ ମୃତ୍ୟୁ ଖବର ଜାଣିବା ପରେ ମୃତ ମହିଳାଙ୍କ ପ୍ରମାଣ ମାଗିଥିଲେ ପରିବାର ଲୋକ । ହେଲେ କର୍ତ୍ତୃପକ୍ଷ ସମ୍ପୃକ୍ତ ପରିବାରକୁ ମୃତ୍ୟୁ ଘଟିଥିବା କହି କୌଣସି ପ୍ରମାଣ ନଦେଇ ଫୋନ ରଖି ଦେଇଥିଲେ । ସେପଟେ ପରିବାର ଲୋକ ମହିଳାଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରି ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା କରିବା ନେଇ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଶୁକ୍ରବାର ଶୁଦ୍ଧି କ୍ରିୟା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଥିବାବେଳେ କୋଭିଡ ମେଡିକାଲର ଜଣେ କର୍ମଚାରୀଙ୍କ ଠାରୁ ଫୋନ ଯୋଗେ ଜାଣିବାକୁ ପାଇଥିଲେ ମହିଳାଙ୍କର ମୃତ୍ୟୁ ହୋଇନାହିଁ ବରଂ ସେ ଜୀବିତ ଅଛନ୍ତି । ପରେ ପରିବାର ଲୋକ ଶୁଦ୍ଧି କ୍ରିୟା ନକରି କୋଭିଡ ହସ୍ପିଟାଲ ଫାଟକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚି ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜବାବ ମାଗିଥିଲେ । କର୍ତ୍ତୃପକ୍ଷ କୌଣସି ଉତ୍ତର ନଦେବାରୁ ରୋଗୀ ସମ୍ପର୍କୀୟ ଏବଂ ମେଡିକାଲ କର୍ମଚାରୀ ମଧ୍ୟରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।

ଜୀବିତ ମହିଳାଙ୍କୁ ମୃତ ଘୋଷଣା, କୋଭିଡ ହସ୍ପିଟାଲରେ ଉତ୍ତେଜନା

ସେହିପରି ଅନ୍ୟ ଏକ ଘଟଣା ମଧ୍ୟ ଘଟିଥିଲା । ବାରିପଦା ଅଞ୍ଚଳର ଜଣେ ବୃଦ୍ଧ କୋରୋନା ପଜିଟିଭ ଜଣାପଡିବା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ସେ ହେଉଥିଲେ । କିନ୍ତୁ ସମ୍ପୃକ୍ତ ବୃଦ୍ଧଙ୍କ ଦେହ ଭଲ ନହେବାରୁ ପରିବାର ଲୋକଙ୍କୁ 5 ଦିନ ତଳୁ ଭୁବନେଶ୍ୱରେ ନେଇ ଚିକିତ୍ସା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଅବଗତ କରାଇଥିଲେ ହେଲେ ବୃଦ୍ଧଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଏମିତିକି ମେଡିକାଲ ଗେଟକୁ ଗୋଇଠା ମାରିଥିବା ଦେଖିବାକୁ ମିଳିଥିଲା ।

ସେପଟେ ସମସ୍ୟାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ବାରିପଦା ଉପଖଣ୍ଡ ପୋଲିସ ଅଧିକାରୀ କେ କେ ହରିପ୍ରସାଦ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏପରିକି ସମସ୍ୟାର ସମାଧାନ ନେଇ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ସରକାର କୋଭିଡ କେୟାର ହସ୍ପିଟାଲରେ ସବୁ ଠିକ ଚାଲିଥିବା କହୁଥିବାବେଳେ ମେଡିକାଲ କର୍ତ୍ତୃପକ୍ଷ କାହିଁକି ରୋଗୀ ସମ୍ପର୍କୀୟ ଲୋକଙ୍କୁ ସହଯୋଗ କରୁନାହାଁନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଏନେଇ ଆମେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉତ୍ତର ମିଳିନଥିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details