ବାରିପଦା:ଦ୍ବିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ରୋକିବାକୁ ପୁଣିଥରେ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ । ମୟୂରଭଞ୍ଜ ଜିଲ୍ଲା ବାଙ୍କିଷୋଳ ଆଦାନୀ କିସ ପରିସରରେ ଏପ୍ରିଲ ୨୨ରୁ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ଓ ଏକ ଘରୋଇ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି ।
ମୟୁରଭଞ୍ଜରେ ପୁଣିଥରେ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣର ଦ୍ବିତୀୟ ଲହର । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେବ କୋଭିଡ ହସ୍ପିଟାଲ । ପୂର୍ବରୁ କାର୍ଯ୍ୟକ୍ଷମ ହୋଇ ବନ୍ଦ ଥିବା ବାରିପଦାର କୋଭିଡ ହସ୍ପିଟାଲର ପୁଣିଥରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ । ବାଙ୍କିଷୋଳ କିମ୍ସ ପରିସରରେ ରହିଛି ଏହି କୋଭିଡ ହସ୍ପିଟାଲ ।
ତେବେ ଏନେଇ ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ସହ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ଓ କିମ୍ସ ମେଡ଼ିକାଲ ଅଧିକ୍ଷକ ଅମ୍ବିକା ମହାନ୍ତିଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଏପ୍ରିଲ 22 ତାରିଖରେ ମୋଟ ୧୧୦ ଶଯ୍ୟାକୁ ନେଇ ଆରମ୍ଭ ହେବ ଏହି ହସ୍ପିଟାଲ । ଏହି କୋଭିଡ ହସ୍ପିଟାଲରେ ୮୦ଟି ଶଯ୍ୟା, ୨୦ ଟି ଆଇସିୟୁ ଓ ୧୦ଟି ଏଚଡିୟୁ ରହିବ।
ଏହାପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ ହେବାକୁ ଥିବା ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲରେ କିମ୍ସ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ବୁଲି ପରିଦର୍ଶନ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ