ବାରିପଦା: ଦୀର୍ଘ 2 ବର୍ଷ ଧରି ବାରିପଦା ମଧୁବନ ଅଞ୍ଚଳରେ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଏହା 3ୟ ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଚଳିତ ବର୍ଷ ଏହି ମହାଯଜ୍ଞ ଚୀନରେ କୋରୋନା ଭାଇରସରେ ଆକ୍ରାନ୍ତ ଶିଶୁଙ୍କ ଆଶୁ ଆରୋଗ୍ୟ କାମନା ଉଦ୍ଦେଶ୍ୟରେ ଅନୁଷ୍ଠିତ କରିବାକୁ ମଧୁବନ ବିଶ୍ବ ଶାନ୍ତି ମହାଯଜ୍ଞ କମିଟି ନିଷ୍ପତ୍ତି ନେଇଥିଲା ।
ପୂର୍ବରୁ ମଧୁବନ ଅଞ୍ଚଳରେ ଅସ୍ବାଭାବିକ ଭାବେ ଯୁବକମାନଙ୍କ ମୃତ୍ୟୁକୁ ନେଇ ବିଚଳିତ ହୋଇ ଅଞ୍ଚଳବାସୀ ମାନେ ଏହିଭଳି ଯଜ୍ଞକର୍ମାଦି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ପ୍ରତିବର୍ଷ ଏହି ମହାଯଜ୍ଞର ଆୟୋଜନ କରାଯାଉଛି । ବିଶ୍ବାସ ରହିଛି ଏହି ମହାଯଜ୍ଞ ଅନୁଷ୍ଠିତ ପରେ ଏହି ଅଞ୍ଚଳବାସୀଙ୍କ ପ୍ରତି ବିପତ୍ତି ଆସିନାହିଁ ।