ଓଡିଶା

odisha

ETV Bharat / city

ପୋଲିସ ପଞ୍ଝାରେ କୁଖ୍ୟାତ ଚୋର, ତା ନାଁରେ ଦେଶର ବିଭିନ୍ନ ଥାନାରେ ରହିଛି 95ଟି ମାମଲା - ପୋଲିସ ପଞ୍ଝାରେ କୁଖ୍ୟାତ ଚୋର

ଦେଶର ବିଭିନ୍ନ ଥାନାରେ ୯୫ଟି ମାମଲାରେ ଜଡିତ କୁଖ୍ୟାତ ଚୋରକୁ ଗିରଫ କରିବାରେ ସଫଳ ହେଲା ବାରିପଦା ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ

Town police arrest the notorious thief in  baripada
କୁଖ୍ୟାତ ଚୋରକୁ ଗିରଫ କଲା ଟାଉନ ଥାନା ପୋଲିସ

By

Published : Aug 26, 2022, 10:29 AM IST

ବାରିପଦା:ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ କଳାକନା ବୁଲାଇବାରେ ଓସ୍ତାଦ ଥିବା ଜଣେ କୁଖ୍ୟାତ ଚୋରକୁ ବାରିପଦା ଟାଉନ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏନେଇ ପୋଲିସ ପକ୍ଷରୁ ପ୍ରେସମିଟ ଜରିଆରେ ସୂଚନା ଦେଇଛି । ବାରିପଦାର ଏକ ବିଦେଶୀ ମଦ ଦୋକାନରେ ପଶି ଲକ୍ଷାଧିକ ଟଙ୍କା ଏବଂ ନାମିଦାମୀ କମ୍ପାନୀର ବିଦେଶୀ ମଦ ବୋତଲ ଚୋରି କରିଥିବା ଅଭିଯୋଗରେ କୁଖ୍ୟାତ ଚୋରକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

କୁଖ୍ୟାତ ଚୋରକୁ ଗିରଫ କଲା ଟାଉନ ଥାନା ପୋଲିସ

ଅଭିଯୋଗ ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଲେଶ୍ଵର ଗୋଳାଇ ସ୍ଥିତ ଲାଇସେନ୍ସ ନମ୍ବର ୩ର ସୁଜିତ କୁମାର ମହାନ୍ତିଙ୍କ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ମଦ ଏବଂ ଟଙ୍କା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ମ୍ୟାନେଜର ସଞ୍ଜୀବ କୁମାର ମହାନ୍ତି ବାରିପଦା ଟାଉନ ଥାନାରେ ଦୋକାନରେ ଚୋରି ବିଷୟରେ ଲିଖିତ ଅଭିଯୋଗ କରିଥିଲେ।

ସୂଚନା ଅନୁଯାୟୀ, ଦୋକାନର ଗ୍ରୀଲ ଓ କବାଟ ଭାଙ୍ଗିବା ଶବ୍ଦ ଶୁଣି ଦୋକାନ କର୍ମଚାରୀମାନେ ମ୍ୟାନେଜରଙ୍କୁ ଜଣାଇଥିଲେ । ମ୍ୟାନେଜର ତୁରନ୍ତ ଦୋକାନ ପାଖକୁ ଆସି ଗ୍ରୀଲ ଓ କବାଟ ଭଙ୍ଗା ଯାଇଥିବା ଦେଖିଥିଲେ । ଏ ବିଷୟରେ ପିସିଆରକୁ ଜଣାଇଥିଲେ। ଟାଉନ ଥାନା ପିସିଆର ଆସି ଘଟଣା ସ୍ଥଳରେ ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି । ସୋମବାର ଏନେଇ ମ୍ୟାନେଜର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଇଆଇସି ବିରେନ୍ଦ୍ର ସେନାପତି ଅଭିଯୋଗକୁ ଗ୍ରହଣକରି କେସ୍ ନଂ ୭୦୨/୨୨ରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଏନେଇ ସିସିଟିଭି ଫୁଟେଜ ଆଧାରରେ ଚୋରକୁ ପୋଲିସ ଗିରଫ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ ଆନ୍ତଃରାଜ୍ୟ କୁଖ୍ୟାତ ଚୋର ଭୁବନେଶ୍ବରର ଲିଙ୍ଗରାଜ ଥାନା ଅନ୍ତର୍ଗତ ହାଟସାହିର ହେମନ୍ତ ଦାସ ବୋଲି ସୂଚନା ଦେଇଛନ୍ତି ସଦର ଏସଡିପିଓ କେକେ ହରିପ୍ରସାଦ । ତାଙ୍କ ନାମରେ ବିଭିନ୍ନ ଥାନାରେ ୯୫ଟି ଚୋରି ମାମଲା ଥିବା ବେଳେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ରାଜ୍ୟ ସମେତ ତାଜ ହୋଟେଲରୁ ଚୋରି କରିଥିବା ନେଇ ସୂଚନା ମିଳିଛି । ତେବେ କୁଖ୍ୟାତ ଆନ୍ତଃରାଜ୍ୟ ଚୋରକୁ ଗିରଫ କରିବା ସହ ତା ପାଖରୁ ମୋବାଇଲ ଫୋନ, ମଦ ବୋତଲ, ୧ଲକ୍ଷ ଟଙ୍କାର ଅର୍ଥ, କାଠ କାଟିବା ପାଇଁ ହେକ୍ସୋ ବ୍ଲେଡ଼ ଜବତ କରିବା ସହ କୋର୍ଟଚାଲାଣ କରାଯାଇଥିବା ବାରିପଦା ଟାଉନ ଥାନା ପୋଲିସ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ବାରିପଦା

ABOUT THE AUTHOR

...view details