ବାରିପଦା: ଅବହେଳିତ ଅବସ୍ଥାରେ ରହିଛି ଦ୍ବିତୀୟ ବିଶ୍ଵଯୁଦ୍ଧର ମୂକସାକ୍ଷୀ ତଥା ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଅମର୍ଦ୍ଦା ଏୟାରଷ୍ଟ୍ରିପ । ପାଖାପାଖି 600 ଏକର ଜମିରେ ନିର୍ମିତ ହୋଇଥିବା ଏହି ଏୟାରଷ୍ଟ୍ରିପ୍ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି ।
1938 ମସିହାରେ 3 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ଏହି ଏୟାରଷ୍ଟ୍ରିପ୍ । ଯାହା 1940ରେ ସମ୍ପୂର୍ଣ୍ଣ ହୋଇଥିଲା । 11 ହଜାର ଫୁଟ୍ ବା ପାଖାପାଖି ସାଢେ 3 କିଲୋମିଟରର ରନୱେ ଏଠାରେ ଥିବାବେଳେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ବିରୋଧରେ ଯୁଦ୍ଧ ସମୟରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରଥିଲା ।
ହେଲେ ଏବେ ଏହା ଐତିହାସିକ, ଗବେଷକ ଓ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି । ଯାହା ଏୟାରଷ୍ଟ୍ରିପ୍ର ବିପର୍ଯ୍ୟସ୍ତ ଅବସ୍ଥା ଦେଖିଲେ ଜଣାପଡେ । ରନୱେରେ ଗଛ ଉଠିବା ସହ ଚାରିଆଡେ ବଣବୁଦା ଦିଶୁଛି । ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ମଧ୍ୟ ଏ ସ୍ଥାନକୁ ନିଜ ଆଡ୍ଡାସ୍ଥଳୀ କରିଛନ୍ତି ।