ଓଡିଶା

odisha

ETV Bharat / city

ଏମକେଏଚ୍ ବିଦ୍ୟାଳୟ ପ୍ରାଙ୍ଗଣରେ 71ତମ ଏନସିସି ଦିବସ - 71th ncc day celebrate in maharaja krushnachandra high school

ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ 71ତମ ଏନସିସି ଦିବସ ପାଳିତ । ଏହି ଅବସରରେ ଏନସିସି ପତାକା ଉତ୍ତୋଳନ କରିବା ସହ କ୍ୟାଡେଡ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 25, 2019, 12:44 AM IST

ବାରିପଦା: ଜିଲ୍ଲାର ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ 71ତମ ଏନସିସି ଦିବସ ପାଳିତ ହୋଇଯାଇଛି । ଏଥିରେ ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଝରଣା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏନସିସି ପତାକା ଉତ୍ତୋଳନ କରିବା ସହ କ୍ୟାଡେଡ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏମପିସି ସିନିୟର ବିଭାଗର କ୍ୟାଡେଡ୍‌, ଏମକେସି ଜୁନିୟର, କେଭି ଜୁନିୟର ବିଭାଗର ୧୫୦ରୁ ଊର୍ଦ୍ଧ୍ବ କ୍ୟାଡେଡ୍‌ଙ୍କୁ ନେଇ ସମ୍ମିଳିତ ପରେଡ଼ ଅନୁଷ୍ଠିତ ହୋଇଥିଲା । ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଏନସିସି ମେଜର ପ୍ରଣବ କୁମାର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏମକେସି ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ଏହି ସମାରୋହରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଉପସ୍ଥିତ ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details