ମୟୁରଭଞ୍ଜ/ଯାଜପୁର: ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହୋଇଥିବା ‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର କୌଣସି ସୁଯୋଗ ଛାଡୁନାହାଁନ୍ତି । ‘ମୋ ସରକାର’ ଯୋଜନା ମାଧ୍ୟମରେ 5ଟି କେମିତି ପ୍ରଶାସନରେ କାର୍ଯ୍ୟକାରୀ ହେଉଛି ଓ କଣ ସମସ୍ୟା ରହୁଛି ତାହା ଜାଣିବାକୁ ଖୋଦ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବେ ଜିଲ୍ଲାୱାରୀ ଗସ୍ତ କରୁଛନ୍ତି । ଏହି କ୍ରମରେ ଆଜି 5ଟି ଟିମ ମୟୂରଭଞ୍ଜ, ଯାଜପୁର ଓ ସୁନ୍ଦରଗଡ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ସଂପୃକ୍ତ ଜିଲ୍ଲାର ହସ୍ପିଟାଲକୁ ଯାଇ ବାସ୍ତବତା ଅନୁଧ୍ୟାନ କରିଛନ୍ତି ।
ଏନେଇ ରବିବାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆସିଛନ୍ତି ପାଣ୍ଡିୟାନଓ ଟିମ । ଡାକ୍ତରଖାନାରେ ରୋଗୀଙ୍କୁ କିଭଳି ସେବା ମିଳୁଛି କ'ଣ ସମସ୍ୟା ରହିଛି ତାହା ସିଧାସଳଖ ଲୋକଙ୍କ ପାଖରୁ ପଚାରି ବୁଝିଛନ୍ତି । ପାଣ୍ଡିୟାନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ କର୍ତ୍ତୃପକ୍ଷ ରାତିଦିନ ଏକ କରି ହସ୍ପିଟାଲର ରୂପରେଖ ବଦଳାଇ ଦେଇଛନ୍ତି । ଏହି ଗସ୍ତ ସମୟରେ 5ଟି ସଚିବଙ୍କ ସମେତ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଜାତୀୟ ସ୍ବାସ୍ଥ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ ଥିଲେ ।