ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ-କଲକାତା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଦ୍ବାରଶୁଣି ଘାଟି ରାସ୍ତା ପାଲଟିଛି ଡେଥ୍ ଜୋନ । ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଲାଣି। ଦ୍ବାରଶୁଣି ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ ଆଜି ବାଙ୍ଗରିପୋଷି ସଚେତନ ନାଗରିକ ମଞ୍ଚ ପକ୍ଷରୁ ବାଙ୍ଗରିପୋଷି ଠାରେ ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ଦ୍ୱାରଶୁଣି ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ ଜାତୀୟ ରାଜପଥ ଅବରୋଧ - mayurbhanja district
ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟରେ ଜାତୀୟ ରାଜପଥ ବନ୍ଦ କଲେ ସ୍ଥାନୀୟ ବାସିନ୍ଦା। ଦୁର୍ଘଟଣା ଘଟୁଥିବାରୁ ସମ୍ପ୍ରସାରଣ ଦାବି। ଅଧିକ ପଢନ୍ତୁ....
ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ 12 ଘଣ୍ଟିଆ ଜାତୀୟ ରାଜପଥ ଅବୋରାଧ
ରାଜପଥ ଅବରୋଧ ଫଳରେ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିବାବେଳେ ଉଭୟ ପଟେ ଶହଶହ ଗାଡି ଅଟକି ରହିଛି। ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪ ମସିହାରୁ ୨୦୨୦ ଅକ୍ଟୋବର ସୁଦ୍ଧା ଘାଟିରାସ୍ତାରେ ୯୦ଟି ଦୁର୍ଘଟଣା ଘଟିଥିବାବେଳେ ୪୪ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଏବଂ ୬୩ଜଣ ଗୁରୁତର ହୋଇଛନ୍ତି । ଛୋଟବଡ଼ ମୋଟ ୯୦ଟି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । ଏହି ଘାଟି ଶିମିଳିପାଳ ଜୈବମଣ୍ଡଳ ଭିତରେ ଯାଉଥିବାରୁ ରାସ୍ତା ସମ୍ପ୍ରସାରଣରେ ବାଧା ଉପୁଜୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ