ବାଲେଶ୍ବର: ସଭ୍ୟତା ଠାରୁ ଦୂରରେ, ସମାଜର ଆଢୁଆଳରେ ଥିବା ଆଦିବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ବାଲେଶ୍ବର ନୀଳଗିରି ଅଞ୍ଚଳର ଯୁବ ଡାକ୍ତର ସୁରଜ ଜେନା । ନୀଳଗିରି କାନପୁର ଅଞ୍ଚଳର ବ୍ରଜକିଶୋର ଜେନା ଓ ସୁପ୍ରଭାଙ୍କ ପୁଅ ସୁରଜ । ଛୁଟିଦିନରେ ଅପହଞ୍ଚ ଇଲାକାରେ ପହଞ୍ଚି ସେଠାରେ ରହୁଥିବା ଆଦିବାସୀଙ୍କ ଚିକିତ୍ସା କରିବା ସହ ମାଗଣାରେ ଔଷଧ ମଧ୍ୟ ଦେଇ ଆସନ୍ତି ।
ଡାକ୍ତରୀ ପାସ କରି ରାଜ ବରହମପୁର ଡାକ୍ତରଖାନାରେ ନିଯୁକ୍ତି ପାଇଥିବା ସୁରଜ, ଛୁଟିଦିନରେ ଛୁଟନ୍ତି ଆଦିବାସୀ ଅଞ୍ଚଳକୁ । କିଛି ପିଲାଙ୍କ ସହ ନିଜ ଖର୍ଚ୍ଚରେ ଔଷଧ ସାଙ୍ଗରେ ନେଇ ସକାଳୁ ସେ ବାହାରି ପଡନ୍ତି ସେମାନଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ । ସେଠାରେ ପହଞ୍ଚି ରୋଗୀ ଦେଖିବା ସହ ମାଗଣା ଔଷଧ ବି ଦିଅନ୍ତି ।