ବାଲେଶ୍ବର: ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ପ୍ରେମିକାର ଧୋକା ସହିନପାରି ବିଷ ଖାଇ କଲେ ଆତ୍ମହତ୍ୟା ! ଆତ୍ମହତ୍ୟା ପୂର୍ବରୁ ଛାଡିଯାଇଛନ୍ତି ସୁଇସାଇଡ୍ ନୋଟ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ,ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅଞ୍ଚଳର ଆଙ୍କ ଗାଁର ଯୁବକ ଜୟନ୍ତ ବେହେରା । ସେହି ଅଞ୍ଚଳର ଜୈନିକ ଯୁବତୀଙ୍କୁ ଦୀର୍ଘ 7 ବର୍ଷ ଧରି ପ୍ରେମ କରୁଥିଲେ। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଗତ କିଛି ଦିନ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ସମ୍ପର୍କ ନେଇ ତିକ୍ତତା ଦେଖା ଦେଇଥିଲା ।