ଓଡିଶା

odisha

ETV Bharat / city

ଭଡା ଘରକୁ ନେଇ ମହିଳାଙ୍କ ଭିତରେ ମାରପିଟ, ଦେଖନ୍ତୁ ଭିଡିଓ... - ଘର ଭଡାକୁ କେନ୍ଦ୍ର କରି ମାରପିଟ

ମହିଳାଙ୍କ ଭିତରେ ଲଢେଇ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣା ଘଟିଛି ବାଲେଶ୍ଵର ସହରର ସହଦେବଖୁଣ୍ଟା ଅଞ୍ଚଳରେ ।

ଫଟୋ ସୌଜନ୍ୟ- ସମ୍ବାଦାଦାତା, ବାଲେଶ୍ବର

By

Published : Oct 8, 2019, 2:24 AM IST

ବାଲେଶ୍ଵର: ସହରର ସହଦେବଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହିଳାଙ୍କ ଭିତରେ ଲଢେଇ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଘର ମାଲିକଙ୍କୁ ଦୋକାନ ଭଡା ନଦେବାକୁ କେନ୍ଦ୍ରକରି ଏମିତି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଦୋକାନ ଘର ମାଲିକଙ୍କ ଠାରୁ ଭଡା ସୂତ୍ରରେ ନେଇ ବାରବାଟୀ ଅଞ୍ଚଳର ଜଣେ ଯୁବକ ଏକ ଷ୍ଟୁଡିଓ କରିଥିଲେ । ଦୋକାନ ଗୃହର ଚୁକ୍ତିନାମା ସରିଯାଇଥିବା ବେଳେ ନୂତନ ଚୁକ୍ତିନାମା ପାଇଁ ଦୋକାନ ଘର ମାଲିକ ଭଡାଟିଆଙ୍କୁ କହିଥିଲେ ।

ଭାଇରାଲ ଭିଡିଓ

ମାତ୍ର ଭଡାଟିଆ ଏହାକୁ ଏଡାଇ ଚାଲିଥିଲେ । ଏହାକୁ ନେଇ ଆଜି ଦୋକାନ ଘର ମାଲିକ ଷ୍ଟୁଡିଓ ତାଲା ଭାଙ୍ଗି ଦୋକାନୀଙ୍କ ଜିନିଷ ପତ୍ର ବାହାରେ ଫିଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ମାରପିଟର ରୂପ ନେଇଥିଲା । ବଜାର ଉପରେ ଉଭୟ ପକ୍ଷଙ୍କ ମହିଳାଙ୍କ ଭିତରେ ଚୁଟି ଘୋଷଡା ଘୋଷଡି ହୋଇ ମାରପିଟ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡ଼ିଆର ଘୁରି ବୁଲୁଛି । ପରେ ଉଭୟଙ୍କ ମଧ୍ୟରେ ଥାନାରେ ବୁଝାମଣା ହୋଇଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details