ଓଡିଶା

odisha

ETV Bharat / city

ପରିବାର ମତାନ୍ତରରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ! - quarrel

ଦାମ୍ପତ୍ୟ କଳିରୁ ହତ୍ୟାକାଣ୍ଡ । ଭିନ୍ନକ୍ଷମ ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ନୀଳଗିରି ଥାନା ନିକଟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପରିବାର ମତାନ୍ତରରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !
ପରିବାର ମତାନ୍ତରରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !

By

Published : Jun 5, 2021, 1:51 PM IST

ବାଲେଶ୍ବର: ପରିବାର କଳହର କରୁଣ ପରିଣତି । ସ୍ବାମୀକୁ ଠେଙ୍ଗାରେ ପିଟି ପଟି ହତ୍ୟା କଲା ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଜିଲ୍ଲାର ନୀଳଗିରି ଥାନା ତେଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ମୃତ ସ୍ବାମୀ ଜଣେ ଭିନ୍ନକ୍ଷମ ହୋଇଥିବା ସୂଚନା ମିଳିଛି ।

ପରିବାର ମତାନ୍ତରରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !

ଗ୍ରାମର ଗୁରୁବାରି ସିଂ ଓ ସ୍ବାମୀ ବୁଟୁଙ୍କ ସହ ଶୁକ୍ରବାର ରାତିରେ ଝଗଡା ହୋଇଥିଲା। ଏହାକୁ ନେଇ ଉତକ୍ଷିପ୍ତ ହୋଇ ଗୁରୁବାରି ଏକ ଠେଙ୍ଗାରେ ସ୍ବାମୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଏଥିରେ ବୁଟୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ନିକଟସ୍ଥ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ନିଜ ସ୍ବାମୀକୁ ହତ୍ୟା କରିଥିବା ମହିଳା ଗୁରୁବାରିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details