ବାଲେଶ୍ବର:କୁଖ୍ୟାତ ଅପରାଧୀ ହାଇଦରକୁ ଗତକାଲି ପୋଲିସ ଏନକାଉଣ୍ଟର କରିବା ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଜି ତାର ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବାବେଳେ ମୃତଦେହ ଆଣିବା ପାଇଁ ବାଲେଶ୍ବରରେ ପହଞ୍ଚିଛନ୍ତି ହାଇଦରର ପତ୍ନୀ । ତେବେ ବ୍ୟବଚ୍ଛେଦ ପୂର୍ବରୁ ପତ୍ନୀଙ୍କୁ ହାଇଦରର ମୃତଦେହ ଦେଖିବାକୁ ସୁଯୋଗ ଦିଆଯାଇଥିବା ଜଣାପଡିଛି ।
ପୋଲିସ ଷଡଯନ୍ତ୍ର କରି ତାଙ୍କ ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପତ୍ନୀ । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି ।