ବାଲେଶ୍ବର: ଲଗାଣ ବର୍ଷା ପରେ ବଢୁଛି ଦୁର୍ଦ୍ଦଶା । ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଜଳେଶ୍ବର ବ୍ଲକର ତଳିଆ ଅଞ୍ଚଳବାସୀ । ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ ଜଣାଇବା ପରେ ମଧ୍ୟ ସମାଧାନ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଫଳରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ ।ପରେ ସ୍ଥାନୀୟ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିବା ସୂଚନା ରହିଛି ।
ଜଳବନ୍ଦୀ ସମସ୍ୟା ପାଇଁ ରାସ୍ତାରୋକ, ପ୍ରଶାସନର ପ୍ରତିଶୃତି ପରେ ହଟିଲା ଅବରୋଧ - rain update
ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ତଳିଆ ଅଞ୍ଚଳବାସୀ ଏବେ ମଧ୍ୟ ଜଳବନ୍ଦୀ । ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନେବାରୁ ରାସ୍ତାରୋକ । ଘଟଣାସ୍ଥଳରେ ପହଞ୍ଚି ସମାଧାନର ପ୍ରତିଶ୍ରୁତି ଦେଲା ବ୍ଲକ ପ୍ରଶାସନ । ଅଧିକ ପଢନ୍ତୁ...
ସୂଚନା ଅନୁସାରେ, ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ନାମ୍ପୋ, ସୁଗୋ, ନେତୁଆ, ପିରାବଗ, ସମ୍ପତିଆ, ଖାଲିନା ଆଦି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜମି ରହିଥିବା ବର୍ଷାପାଣି ବର୍ତ୍ତମାନ ସୁଦ୍ଧା ନିଷ୍କାସିତ ହୋଇ ପାରିନାହିଁ। ଫଳରେ ଶତାଧିକ ଲୋକ ଏବେ ମଧ୍ୟ ପାଣିଘେରରେ ରହିଛନ୍ତି। ଏନେଇ ସ୍ଥାନୀୟ ବସିନ୍ଦା ଏକାଧିକ ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ନ ମିଳିବାରୁ ଲୋକମାନେ ଜଳେଶ୍ବର-ଚନ୍ଦନେଶ୍ବର ରାଜ୍ୟ ରାଜପଥକୁ ନାମ୍ପୋ ଠାରେ ଅବରୋଧ କରିଥିଲେ । ଖବର ପାଇ ଜଳେଶ୍ବର ତହସିଲଦାର, BDO ଓ IIC ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ