ଓଡିଶା

odisha

ETV Bharat / city

ରୋଜଗାରରେ ତାଲା, ଦୁଃଖ ବୁଝିଲା ସ୍ବେଚ୍ଛାସେବୀ ସଂଗଠନ - ବାଲେଶ୍ବର ଖବର

ବାଲେଶ୍ବରରେ ଲକଡାଉନ ସମୟରେ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ । ‘ରେବତୀ ପରିବାର’ ପକ୍ଷରୁ ଲକଡାଉନରେ ଜୀବିକା ହରାଇଥିବା ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

volunteer origanisation food distribution
ରୋଜଗାରରେ ତାଲା ବେଳେ ଦୁଃଖ ବୁଝିଲା ରେବତୀ

By

Published : May 28, 2021, 9:40 PM IST

ବାଲେଶ୍ବର: ଲକଡାଉନ ସମୟରେ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ । କୋରୋନାର ଲକଡାଉନ ପାଇଁ ଏବେ ଜୀବନ ଜୀବିକା ପ୍ରଭାବିତ ହୋଇଛି । ଏହାକୁ ନେଇ ବାଲେଶ୍ଵରର ରେବତୀ ପରିବାର ପକ୍ଷରୁ ଲକଡାଉନରେ ଜୀବିକା ହରାଇଥିବା ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି ।

ରୋଜଗାରରେ ତାଲା ବେଳେ ଦୁଃଖ ବୁଝିଲା ରେବତୀ

ବାଲେଶ୍ବର ସହରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେବତୀ ପରିବାର ପକ୍ଷରୁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ‘ରେବତୀ ପରିବାର’ ସମ୍ପାଦିକା ସୁବାସିନୀ ଜେନା ପ୍ରଥମ ପର୍ଯ୍ୟାୟରେ ଷ୍ଟେସନ ଉପରେ ନିର୍ଭର କରି ବଞ୍ଚୁଥିବା ଦୋକାନୀ, କୁଲି ଓ ବିଭିନ୍ନ ବର୍ଗର ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ପରି 40 ହଜାର ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସଂଗଠନର ସମ୍ପାଦିକା କହିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details