ବାଲେଶ୍ୱର/ଭଦ୍ରକ:ଭିଜିଲାନ୍ସ ଜାଲରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ତାଙ୍କ ବାସଭବନ ଓ ଅଫିସ ସମେତ 5ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି । ପ୍ରମୋଦ ବେଉରିଆଙ୍କ ଘରେ ରେଡ୍ ହୋଇଥିବା ବେଳେ 1 ଲକ୍ଷ 65 ହଜାର 521 ଟଙ୍କା ଜବତ ହୋଇଛି । ଭଦ୍ରକର 4 ଟି ସ୍ଥାନରେ ରେର୍ଡ ଚାଲିଥିବା ବେଳେ ସୋର ଅଫିସରେ ଭିଜିଲାନ୍ସ ପହଞ୍ଚିଛି ।
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ 5ଟି ସ୍ଥାନରେ ରେଡ୍ - ସୋର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ
ଭଦ୍ରକ ସହର ଉପକଣ୍ଠ ବାଗୁରାଇ ଠାରେ ଥିବା କୋଠା ଘର, ଅର୍ଣ୍ଣପାଳରେ ଥିବା ପୈତୃକ ଘର, ମାର୍କେଟ କମ୍ପ୍ଲେକ୍ସ, ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରିଛି । ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝରର ଭିଜିଲାନ୍ସ ଟିମ ଏକକାଳୀନ 5 ଟି ସ୍ଥାନରେ ଚଢ଼ାଉ ଜାରି କରିଥିବା ସୂଚନା ମିଳିଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, 4 ଜଣ ଡିଏସପି ଓ 4 ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଓ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ