ଓଡିଶା

odisha

ଭିଜିଲାନ୍ସ ପଞ୍ଝାରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ

By

Published : Oct 23, 2019, 10:38 AM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଚଢାଉ । ବାଲେଶ୍ବରର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ବର ସେନାପତିଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲାରେ ପୁଣି ଜଣେ ନିର୍ବାହୀଯନ୍ତ୍ରୀ ଭିଜିଲାନ୍ସ ଜାଲରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ 5ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ବର ସେନାପତିଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ଭିଜିଲାନ୍ସ ବାଲେଶ୍ବର ଓ ଭୁବନେଶ୍ବରରେ ଥିବା ସର୍ବେଶ୍ବରଙ୍କ ବାସଭବନ, ଅଫିସ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଛି । ବହୁ ଗୁରୁତ୍ବପୂର୍ଣ୍ଣ କାଗଜ, ବ୍ୟାଙ୍କ ପାସବୁକ ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details