ଓଡିଶା

odisha

ETV Bharat / city

ଖାଲି ପଡ଼ିଛି କମିଶନର ପଦବୀ, ହନ୍ତସନ୍ତ ଜନସାଧାରଣ - ବାଲେଶ୍ବର ଜିଲ୍ଲା ଅତିରିକ୍ତ କମିଶନର ଅଦାଲତରେ ଫାଙ୍କା ପଡ଼ିଛି କମିଶନର ପଦବୀ

ପ୍ରଶାସନ ଦୁଆରୁ ନିରାଶ ହେଉଛନ୍ତି ଜନସାଧାରଣ। ବାଲେଶ୍ବର ଜିଲ୍ଲା ଅତିରିକ୍ତ କମିଶନର ଅଦାଲତରେ କମିଶନର ପଦବୀ ଖାଲିପଡିଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଧିକ ପଢ଼ନ୍ତୁ

vacancy of commissioner at the district additional commissioner court in balasore
ଫାଙ୍କା ପଡ଼ିଛି କମିଶନର ପଦବୀ, ହନ୍ତସନ୍ତ ଜନସାଧାରଣ

By

Published : Apr 22, 2022, 4:22 PM IST

ବାଲେଶ୍ବର:ପ୍ରଶାସନ ଦୁଆରୁ ନିରାଶ ହେଉଛନ୍ତି ଜନସାଧାରଣ । ନିଜର ଜମିଜମା ସମସ୍ୟା ନେଇ ବାଲେଶ୍ବର ଜିଲ୍ଲା ଅତିରିକ୍ତ କମିଶନରଙ୍କ ଅଦାଲତକୁ ଲୋକେ ଯାଇଥାନ୍ତି । ହେଲେ କମିଶନର ନିଯୁକ୍ତି ନଥିବାରୁ ନିରାଶ ହୋଇ ଘରକୁ ଫେରୁଛନ୍ତି।

ଫାଙ୍କା ପଡ଼ିଛି କମିଶନର ପଦବୀ, ହନ୍ତସନ୍ତ ଜନସାଧାରଣ

ଜନସାଧାରଙ୍କ ସମସ୍ୟା ଶୁଣିବା ପାଇଁ ଅଦାଲତରେ ନାହାଁନ୍ତି କମିଶନର । ଦୀର୍ଘଦିନ ଧରି ଏହି ପଦବୀ ଖାଲି ପଡ଼ିବା ଯୋଗୁଁ 10 ହଜାରରୁ ଅଧିକ ମକଦ୍ଦମା ଫଇସଲା ନହୋଇ ପଡ଼ି ରହିଛି। ବାଲେଶ୍ବର ସହର ଏଡିଏମ୍ ଛକ ନିକଟରେ ଥିବା ଅତିରିକ୍ତ/ ଯୁଗ୍ମ କମିଶନରଙ୍କ ଚକବନ୍ଦୀ ଓ ବନ୍ଦୋବସ୍ତ ଅଦାଲତର ଏଭଳି ସ୍ଥିତି ପାଇଁ ଓକିଲ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳିନି । ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଚାର କରୁଥିବା ଅଦାଲତ। ଯେଉଁଠି ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ଜମିବାଡ଼ି ଓ ସମ୍ପତ୍ତିଗତ ମକଦ୍ଦମାର ଶୁଣାଣି ହୋଇଥାଏ। ଚାନ୍ଦବାଲିଠାରୁ ଆରମ୍ଭ କରି ରାଇବଣିଆ ପର୍ଯ୍ୟନ୍ତ ଲୋକ ଏହି ଅଦାଲତ ଉପରେ ନିର୍ଭର କରିଥାନ୍ତି । ମାତ୍ର ଦୀର୍ଘ ଦିନ ହେବ ଅଦାଲତରେ ଅତିରିକ୍ତ କମିଶନର ନିଯୁକ୍ତି ହୋଇ ନଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

ଅଦାଲତରେ ହାକିମଙ୍କ ସମେତ ୫ ଜଣ କର୍ମଚାରୀ ରହିଛନ୍ତି। ହାକିମଙ୍କ ବିନା କୋର୍ଟ ବା ଅଦାଲତ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି। ଏନେଇ ବାଲେଶ୍ବର ବାର ଆସୋସିଏସନ ପକ୍ଷରୁ ପୁଣିଥରେ ଆରଡିସିଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ। ଏହାର ସମାଧାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାର ଆସୋସିଏସନ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details