ବାଲେଶ୍ବର: ଜିଲ୍ଲା ଖନ୍ତାପଡ଼ା ଥାନା ଇଂଚୁଡ଼ି କଳାମାଟିଆ ପାହି ସମୁଦ୍ର ବେଳାଭୂମିରେ ସୃଷ୍ଟି ହୋଇଛି ହଇଚଇ । କାରଣ ଏହା ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଉକ୍ତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ପୋଲିସ ସୂଚନା ଦେଇଛି ।
ସେପଟେ ଯୁବକଙ୍କ ଶରୀରର ବିଭିନ୍ନ ଅଂଶ ପଚି ଯାଇଥିବା ଦେଖିବାକୁ ମିଳିଛି । ସମୁଦ୍ରରେ ଭାସି ଆସି ମୃତଦେହଟି କୂଳରେ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହର ଶରୀରରେ ପୋଷାକ ନଥିବା ବେଳେ କେବଳ ଏକ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।