ବାଲେଶ୍ବର: ଜନଶୁଣାଣିରେ ଗାଁ ଲୋକଙ୍କ ସମସ୍ୟା ଶୁଣିଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ବର ଜିଲ୍ଲା ନୀଳଗିରି ପିଠାହତା ଗ୍ରାମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ।
ନନାଙ୍କ ଜନଶୁଣାଣି, ଶୁଣିଲେ ଲୋକଙ୍କ ସମସ୍ୟା - union minister pratap sarangi
ବାଲେଶ୍ବର ଜିଲ୍ଲା ନୀଳଗିରି ପିଠାହତା ଗ୍ରାମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଅଧିକ ପଢନ୍ତୁୁ...
ନନାଙ୍କ ଜନଶୁଣାଣି, ଶୁଣିଲେ ଲୋକଙ୍କ ସମସ୍ୟା
ଉକ୍ତ ଅଞ୍ଚଳରେ ଥିବା ନାନା ସମସ୍ୟା କଥା ଅଞ୍ଚଳବାସୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଋଣ କରିଦେବା ନାଁରେ ଲୋକଙ୍କ ପାଖରୁ ଟଙ୍କା ହଡ଼ପ ଘଟଣା ଲୋକମାନେ ମନ୍ତ୍ରୀଙ୍କୁ କହିଥିଲେ। ଏହାସହ ବ୍ୟାଙ୍କ କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅନେକ ସମୟରେ ସାଧାରଣ ଲୋକେ ଠକେଇର ଶିକାର ହେଉଥିବା କହିଥିଲେ। ସମସ୍ତ ଅଭିଯୋଗ ଓ ସମସ୍ୟା ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ସେସବୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଠକେଇରେ ନ ପଡିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ