ବାଲେଶ୍ବର:ସମୁଦ୍ରରେ ଗାଧୋଇବା ସମୟରେ ଘଟିଛି ଅଘଟଣ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଦୀପ ତାଳସାରୀ ମୁହାଣରେ । ସୂଚନାନୁସାରେ ପଶ୍ଚିମବଙ୍ଗର ପାଞ୍ଚଜଣ ସାଙ୍ଗ ସମୁଦ୍ରରେ ଗାଧୋଉଥିବାବେଳେ ଦୁଇଜଣ ଗଭୀର ପାଣିରେ ଭାସିଯାଇଥିଲେ ।
ଗାଧୋଇବାବେଳେ ସମୁଦ୍ରରେ ଦୁଇ ପର୍ଯ୍ୟଟକ ନିଖୋଜ - Marine Police
ବାଲେଶ୍ବର ତାଳସାରୀ ବେଳାଭୂମିକୁ ଗାଧୋଇବାକୁ ଯାଇ ୨ ଯୁବକଙ୍କ ପତ୍ତା ମିଳିପାରି ନାହିଁ । ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...
ଗାଧୋଇବା ବେଳେ ସମୁଦ୍ରରେ ଦୁଇ ପର୍ଯ୍ୟଟକ ନିଖୋଜ
ଗାଧୋଇବା ବେଳେ ସମୁଦ୍ରରେ ଦୁଇ ପର୍ଯ୍ୟଟକ ନିଖୋଜ
ତେବେ ଏହି ଘଟଣାରେ ମେରାଇନ ଥାନା ପୋଲିସ ଓ ଭୋଗରାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି । ବୋଟ ଯୋଗେ ସମୁଦ୍ରରେ ବହୁ ଖୋଜାଖୋଜି ପରେ ମଧ୍ୟ ଦୁଇ ନିଖୋଜ ଯୁବକଙ୍କର ପତ୍ତା ମିଳିପାରିନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ