ଓଡିଶା

odisha

ETV Bharat / city

ଯୁକ୍ତଦୁଇ ବିଜ୍ଞାନରେ ଏହି କଲେଜର କମାଲ, ସବୁ ପିଲା ପ୍ରଥମ - ଯୁକ୍ତଦୁଇ ବିଜ୍ଞାନରେ ଆଦିବାସୀ ଛାତ୍ରଙ୍କ କମାଲ

ବାଲେଶ୍ଵରର ଏକ ଘରୋଇ କଲେଜରେ ପ୍ରଥମ ସ୍ଥାନରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଦିବାସୀ ଛାତ୍ର ହିମାଂଶୁ କୁମାର ସିଂ ୯୪ ପ୍ରତିଶତ ନମ୍ବର ରଖିଛନ୍ତି । ଯାହାକୁ ନେଇ କଲେଜ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଯୁକ୍ତଦୁଇ ବିଜ୍ଞାନରେ ଆଦିବାସୀ ଛାତ୍ରଙ୍କ କମାଲ:ରଖିଲେ ୯୪ ପ୍ରତିଶତ ନମ୍ବର
ଯୁକ୍ତଦୁଇ ବିଜ୍ଞାନରେ ଆଦିବାସୀ ଛାତ୍ରଙ୍କ କମାଲ:ରଖିଲେ ୯୪ ପ୍ରତିଶତ ନମ୍ବର

By

Published : Jul 28, 2022, 5:04 PM IST

Updated : Jul 28, 2022, 5:19 PM IST

ବାଲେଶ୍ବର : ଚଳିତ ଶିକ୍ଷା ବର୍ଷର ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥର ମଧ୍ୟ ଛାତ୍ରଙ୍କ ଠାରୁ ଆଗରେ ରହିଛନ୍ତି ଛାତ୍ରୀ । ଚଳିତ ଥର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପରେ ପ୍ରାୟତଃ ବିଭିନ୍ନ କଲେଜରେ ପାସହାର ଅଧିକ ରହିଛି । ବିଶେଷ କରି ବିଭିନ୍ନ ଘରୋଇ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଛନ୍ତି । ଏହି କ୍ରମରେ ବାଲେଶ୍ଵରର ଏକ ଘରୋଇ କଲେଜରେ ପ୍ରଥମ ସ୍ଥାନରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଜଣେ ଆଦିବାସୀ ଛାତ୍ର ହିମାଂଶୁ କୁମାର ସିଂ ୯୪ ପ୍ରତିଶତ ନମ୍ବର ରଖିଛନ୍ତି। ଯାହାକୁ ନେଇ କଲେଜ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଭବିଷ୍ୟତରେ ସେ ଜଣେ ଭଲ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି ।

ଯୁକ୍ତଦୁଇ ବିଜ୍ଞାନରେ ଆଦିବାସୀ ଛାତ୍ରଙ୍କ କମାଲ:ରଖିଲେ ୯୪ ପ୍ରତିଶତ ନମ୍ବର

ତେବେ ଏହି କଲେଜର ମୋଟ 105 ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ପାସ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଆଦିବାସୀ ଛାତ୍ର ହିମାଂଶୁ କୁମାର ସିଂ ସର୍ବାଧିକ ୯୪ ପ୍ରତିଶତ ନମ୍ବର ରଖିଛନ୍ତି । ଏହି ଅବସରରେ କଲେଜରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ହିମାଂଶୁଙ୍କ ଏ ସଫଳତା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଚଳିତ ବର୍ଷ ମୋଟ ୭୬,୬୦୪ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଥିବା ବେଳେ ୨୩,୭୨୬ ବାଣିଜ୍ୟ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ପାସ୍‌ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍‌ ହାର ୮୯ ପ୍ରତିଶତ ରହିଛି । ଚଳିତ ବର୍ଷ ଦୁଇଟି ପଦ୍ଧତିରେ ମୂଲ୍ୟାଙ୍କନ ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jul 28, 2022, 5:19 PM IST

ABOUT THE AUTHOR

...view details