ଓଡିଶା

odisha

ETV Bharat / city

ବୁଲେଟରେ ବାଲେଶ୍ବରରୁ ବାନ୍ଧବଗଡ, ଟ୍ରାଫିକ ନିୟମ ବୁଝାଇବ ରୟାଲ୍ସ କ୍ଲବ - traffic awareness programme

ନୂଆ ଟ୍ରାଫିକ ନିୟମ ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ବାଲେଶ୍ବର ରୟାଲ୍ସ କ୍ଲବ । ଏହି କ୍ଲବ ପକ୍ଷରୁ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଯିବ। ଓଡିଶାରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ 20 ଜଣ, 20ଟି ବୁଲେଟ ମାଧ୍ୟମରେ ଲୋକଙ୍କୁ କରିବେ ସଚେତନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

traffic awareness programme
ଓଡିଶାରୁ ମଧ୍ୟପ୍ରଦେଶ ବୁଲେଟରେ ଲୋକଙ୍କୁ କରିବେ ଟ୍ରାଫିକ ସଚେତନତା

By

Published : Jan 3, 2020, 12:41 PM IST

ବାଲେଶ୍ଵର: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ରାଜ୍ୟରେ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଉଛି । ହେଲେ ଏବେ ଖାଲି ଓଡିଶା ନୁହେଁ ଏହି ସଚେତନତା ବାର୍ତ୍ତା ଓଡିଶାରୁ ମଧ୍ୟପ୍ରଦେଶ ଯାଏ ଦେବ ବାଲେଶ୍ବରର ରୟାଲ୍ସ କ୍ଲବ । ବୁଲେଟରେ ଓଡିଶାରୁ ମଧ୍ୟପ୍ରଦେଶ ଯାଏଁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ଦେବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି କ୍ଲବ ।

ଓଡିଶାରୁ ମଧ୍ୟପ୍ରଦେଶ ବୁଲେଟରେ ଲୋକଙ୍କୁ କରିବେ ଟ୍ରାଫିକ ସଚେତନତା

ଆସନ୍ତା 5 ତାରିଖରେ ବାଲେଶ୍ବରରୁ 20 ଜଣ, 20ଟି ବୁଲେଟରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଯାଏଁ ଯାତ୍ରା ଆରମ୍ଭ କରିବେ । ରାସ୍ତାର ପ୍ରତି ଛକରେ ବୁଲେଟ ଟିମ ପକ୍ଷରୁ ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ । ଏହି ଯାତ୍ରାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି । 7 ଦିନର ଯାତ୍ରାରେ ବୁଲେଟ ଟିମ ଯଥା ସମ୍ଭବ ଲୋକଙ୍କୁ ସଚେତନ କରାଇବେ ବୋଲି ସୂଚନା ଦିଆଯାଇଛି। ତେବେ ସାମ୍ବାଦିକ ସମ୍ମିଳନୀରେ ଏହି ଯାତ୍ରା ପାଇଁ ବିଭିନ୍ନ ସଂଗଠନ ଓ ପ୍ରଶାସନିକ ସ୍ତରରେ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ଦିଆଯାଇଛି।

ବାଲଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details