ବାଲେଶ୍ବର: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ପର୍ଯ୍ୟଟକଙ୍କୁ ଷ୍ଟାଣ୍ଡ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।
ଯାଜପୁର ଅଞ୍ଚଳରୁ ବେଣୁଧର ଦ୍ବିବେଦୀ ନିଜର ପରିବାର ସହ ପଞ୍ଚଲିଙ୍ଗେଶ୍ଵର ପୀଠକୁ ଦର୍ଶନ ପାଇଁ ଆସିଥିଲେ। ଷ୍ଟାଣ୍ଡରେ ଗାଡି ରଖି ଭୁଲ ବଶତଃ ମନ୍ଦିର ଭିତରକୁ ଚାଲିଯାଇଥିଲେ। ପରିବାର ସହ ବେଣୁଧର ଫେରିବା ପରେ ଷ୍ଟାଣ୍ଡ କର୍ମଚାରୀ ତାଙ୍କୁ 10 ଟଙ୍କା ବଦଳରେ 20 ଟଙ୍କା ମାଗିଥିଲେ।