ଓଡିଶା

odisha

ETV Bharat / city

ଶ୍ୱଶୁର ଘରକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ଜ୍ବାଇଁ - Love marriage

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାରପିଟ କରୁଥିବା ନେଇ ଅଭିଯୋଗରେ ରାଗ ଶୁଝାଇଲେ ଶାଶୁଘର ଲୋକେ । ଶ୍ବଶୁର ଘରେ ଜ୍ବାଇଁ ପହଁଞ୍ଚିବା ପରେ ନିସ୍ତୁକ ମାଡ ମାରିଲେ ସ୍ତ୍ରୀ, ଶାଶୁଙ୍କ ସମେତ ଶ୍ବଶୁର । ଅଧିକ ପଢନ୍ତୁ...

ଶ୍ୱଶୁର ଘରକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ଜ୍ବାଇଁ
ଶ୍ୱଶୁର ଘରକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ଜ୍ବାଇଁ

By

Published : Jul 7, 2021, 10:18 PM IST

ବାଲେଶ୍ଵର: ଶ୍ବଶୁର ଘରକୁ ଯାଇ ମାଡ ଖାଇଲେ ଜ୍ବାଇଁ । ବାଲେଶ୍ବର ଜିଲ୍ଲା ସୋର ଥାନା ଅଡଙ୍ଗ ବଜାର ଅଞ୍ଚଳରେ ଜ୍ବାଇଁକୁ ଶ୍ବଶୁର ଘର ଲୋକେ ନିସ୍ତୁକ ମାଡ଼ ମାରିଥିବା ନେଇ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ସୂଚନାନୁସାରେ ସୋର ବ୍ଲକ ଅଧିନ ବାଳଙ୍ଗ ଗ୍ରାମର ଦୀପୁ ଧଳ ଅଡଙ୍ଗ ବଜାର ଅଞ୍ଚଳରୁ ବର୍ଷକ ତଳେ ଜନୈକ ବ୍ୟକ୍ତିଙ୍କ ଝିଅକୁ ମନ୍ଦିରରେ ପ୍ରେମ ବିବାହ କରିଥିଲେ ଉକ୍ତ ଯୁବକ ଜଣକ ।

ଶ୍ୱଶୁର ଘରକୁ ଯାଇ ନିସ୍ତୁକ ମାଡ଼ ଖାଇଲେ ଜ୍ବାଇଁ

ମାତ୍ର ଦିପୁ ଦ୍ଵିତୀୟ ବିବାହ କରିବା ପାଇଁ ମନସ୍ଥ କରିଥିବା ବେଳେ ତାଙ୍କ ସ୍ତ୍ରୀ, ଶାଶୁ ଓ ଶ୍ବଶୁର ଜାଣିବାକୁ ପାଇଥିଲେ। ଏଥି ସହିତ ଦିପୁ ସବୁବେଳେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାରପିଟ କରୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ଦିପୁ ଶ୍ବଶୁର ଘରକୁ ଯାଇଥିବା ବେଳେ ସାମୁହିକ ଭାବେ ରାଗ ସୁଝାଇଥିଲେ ଶ୍ବଶୁର ଘର ଲୋକେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସ୍ତ୍ରୀ, ଶ୍ବଶୁର ଓ ଶାଶୁ ଦିପୁକୁ ଠେଙ୍ଗାରେ ନିସ୍ତୁକ ମାଡ ମାରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details