ବାଲେଶ୍ବର: ନିଜ ଦାବି ପୂରଣ ନେଇ ଧାରଣାକୁ ଓହ୍ଲାଇଲା ନେସ୍କୋ ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି । ସମିତି ପକ୍ଷରୁ 11 ଦଫା ଦାବି ନେଇ ବାଲେଶ୍ୱର ରେମୁଣା ଗୋଲେଇ ଠାରେ ଥିବା ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
ନେସ୍କୋ ଅଫିସ ସମ୍ମୁଖରେ ଶ୍ରମିକ ଓ କର୍ମଚାରୀ ସମନ୍ୱୟ ସମିତିର ଧାରଣାନେସ୍କୋ ଅଫିସ ସମ୍ମୁଖରେ ଶ୍ରମିକ ଓ କର୍ମଚାରୀ ସମନ୍ୱୟ ସମିତିର ଧାରଣା ଦିନକୁ ଦିନ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେହି ତୁଳନାରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀଙ୍କ ସଂଖ୍ୟା ଅଭାବ ଥିବାରୁ ଉପଭୋକ୍ତାମାନେ ଉଚିତ ସେବା ପାଇ ପାରୁନଥିବା ଅଭିଯୋଗ କରିଛି ସମିତି । ଅଳ୍ପ ସଂଖ୍ୟକ କର୍ମଚାରୀ ବିଦ୍ୟୁତ ସେବା ଯୋଗାଇବାରେ ଅସମର୍ଥ ଥିବା କାରଣରୁ ଅନେକ ସମୟରେ ଆକ୍ରୋଶର ଶିକାର ହେଉଥିବା ସମିତି ପକ୍ଷରୁ ଅଭିଯୋଗ ହୋଇଛି ।
ଏହାସହ ନେସ୍କୋର ସର୍ବୋଚ୍ଚ ଅଧିକାରୀମାନେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିରେ ଲିପ୍ତ ଥିବା ମଧ୍ୟ ସମିତି ଅଭିଯୋଗ କରିବା ସହ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି କରାଯାଇଛି । ନିମ୍ନ ମାନର ବିଦ୍ୟୁତ ଉପକରଣ ଯୋଗାଇ ଦିଆଯାଉଥିବାରୁ ବିଦ୍ୟୁତ ସେବାରେ ଅନେକ ସମୟରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ବିନା ଟେଣ୍ଡରରେ ମିଟର ରିଡିଙ୍ଗ, ବିଲିଂ ଓ ମରାମତି କାର୍ଯ୍ୟ ଠିକାଦାରମାନଙ୍କୁ ଦିଆଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ