ଓଡିଶା

odisha

ETV Bharat / city

ବିଭିନ୍ନ ସମସ୍ୟା ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଙ୍ଘ - High court Chief Justice

ଦୀର୍ଘ ଦିନ ଧରି ବିଭିନ୍ନ ଅବ୍ୟବସ୍ଥା ଭିତରେ ରହିଛି ଜିଲ୍ଲା ବାର ଆସୋସିଏସନ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସିବିଆଇ କୋର୍ଟ ପ୍ରତିଷ୍ଠା ଦାବିରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଇଛି ଜିଲ୍ଲା ଓକିଲ ସଙ୍ଘ । ଅଧିକ ପଢନ୍ତୁ...

ବାର ଆସୋସିଏନର ବିଭିନ୍ନ ସମସ୍ୟା ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଙ୍ଘ
ବାର ଆସୋସିଏନର ବିଭିନ୍ନ ସମସ୍ୟା ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଙ୍ଘ

By

Published : Aug 28, 2021, 10:54 PM IST

ବାଲେଶ୍ଵର: ଜିଲ୍ଲା ବାର ଆସୋସିଏସନ ଦ୍ୱାରା ଆୟୋଜିତ ଏକ ଇ-ଟ୍ରେନିଂ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ଓ ବାଲେଶ୍ଵର ବିଚାର ବିଭାଗୀୟ ଦାୟିତ୍ୱରେ ଥିବା ହାଇକୋର୍ଟ ବିଚାରପତି ଦେବବ୍ରତ ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଥିରେ ବାଲେଶ୍ଵର, ମୟୂରଭଞ୍ଜ ଓ ଭଦ୍ରକ ଅଞ୍ଚଳର ଓକିଲମାନେ ଯୋଗ ଦେଇଥିଲେ ।

ବାର ଆସୋସିଏନର ବିଭିନ୍ନ ସମସ୍ୟା ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଙ୍ଘ

ଏହି ପରିପ୍ରେକ୍ଷୀରେ ଗୃହ, ତ୍ୱରିତ ନ୍ୟାୟ ପ୍ରକ୍ରିୟା, ଖାଲି ପଡିଥିବା ବିଚାରପତି ପଦବୀ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ମାସକୁ ଥରେ ସିବିଆଇ କୋର୍ଟ ପ୍ରତିଷ୍ଠା ପାଇଁ ଓକିଲ ସଙ୍ଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ତେବେ ବାଲେଶ୍ଵରର ଓକିଲମାନଙ୍କ ଏସବୁ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି କହିଥିବା ନେଇ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details