ବାଲେଶ୍ବର: ଦୀର୍ଘ 9 ମାସର ବ୍ୟବଧାନ ପରେ ବାଲେଶ୍ଵର ଜିଲ୍ଲାର 5ଟି ପ୍ରମୁଖ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛି। ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ଖୋଲିବା ପରେ ଭକ୍ତମାନେ ଦର୍ଶନ ପାଇଁ ଆକୁଳ ହୋଇ ପଡିଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତଙ୍କ ସୁରକ୍ଷା ଓ ସରକାରଙ୍କ ଗାଇଡ଼ ଲାଇନ ଅନୁପାଳନ କରାଯାଉଥିବା ଦେଖିବାକୁ ମିଳିଛି।
ଜିଲ୍ଲାର ଚନ୍ଦନେଶ୍ବର ମନ୍ଦିର, ପଞ୍ଚଲିଙ୍ଗେଶ୍ବର ଶୈବପୀଠ, କ୍ଷୀରଚୋରା ଗୋପୀନାଥ ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିର ଓ ଇମାମି ଜଗନ୍ନାଥ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଛି । ମନ୍ଦିର ପ୍ରଵେଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରବେଶ ପୂର୍ବରୁ ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜ ବ୍ୟବସ୍ଥା କରାଯାଇଛି। ଏହାସହିତ ବ୍ୟାରିକେଡ କରାଯାଇ ଅଳ୍ପ ଲୋକଙ୍କୁ ଭିତରକୁ ଛଡା ଯାଉଛି।