ଓଡିଶା

odisha

ETV Bharat / city

ଆସୁଛି ବାତ୍ୟା, କଳା ବଜାରୀ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗର ଚଢ଼ାଉ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ସନ୍ଧ୍ୟାରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି କଳାବଜାରୀ ରୋକିବା ଉଦ୍ଦେଶ୍ୟରେ ବାଲେଶ୍ବରରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢ଼ାଉ କରାଯାଇଛି । ଅଧିକ ପଢନ୍ତୁ

By

Published : May 7, 2022, 1:02 PM IST

ଆସୁଛି ବାତ୍ୟା, କଳା ବଜାରୀ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗର ଚଢ଼ାଉ
ଆସୁଛି ବାତ୍ୟା, କଳା ବଜାରୀ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗର ଚଢ଼ାଉ

ବାଲେଶ୍ବର:ଆଉ ଏକ ବାତ୍ୟା ଭୟ ରାଜ୍ୟବାସୀଙ୍କୁ ଘାରିଥିବାବେଳେ ବାଲେଶ୍ବର ସହରରେ କଳାବଜାରୀଙ୍କ ଉପରେ ଯୋଗାଣ ବିଭାଗର ଚଢାଉ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳ ସମୟରେ ସୁଦୃଶ୍ୟ ହୋଇଛି । ଅବପାତରେ ପରିଣରେ ହୋଇ ଆସନ୍ତାକାଲି ସନ୍ଧ୍ୟାରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କଳା ବଜାରୀ ରୋକିବା ଉଦ୍ଦେଶ୍ୟରେ ବାଲେଶ୍ବରରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ଗୋଦାମ ଉପରେ ଚଢ଼ାଉ କରାଯାଇଛି ।

ଆସୁଛି ବାତ୍ୟା, କଳା ବଜାରୀ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗର ଚଢ଼ାଉ

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢାଉ ଆରମ୍ଭ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ବେଳେ ଦରଦାମ ନିୟନ୍ତ୍ରଣ ନେଇ ବ୍ୟବସାୟୀମାନଙ୍କୁ ତାଗିଦ କରାଯାଇଛି । ପୂର୍ବରୁ ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ । ତେବେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ କିଛି ଅସାଧୁ ବ୍ୟବସାୟୀ ଅଧିକ ପରିମାଣର ସାମଗ୍ରୀ ଠୁଳ କରିବା ଓ ଦର ବୃଦ୍ଧି କରିବା ଆଶଙ୍କା କରି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି, ଇଟିଭି ଭାରତ

ABOUT THE AUTHOR

...view details