ଓଡିଶା

odisha

ETV Bharat / city

FM ୟୁନିଭର୍ସିଟି ଆଗରେ ୧୫୦୦ ଛାତ୍ରଛାତ୍ରୀଙ୍କ ଧାରଣା, ଶୁଣିଲେ କର୍ତ୍ତୃପକ୍ଷ

ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ଅନଲାଇନ ପରୀକ୍ଷା ଦାବି କରି ଯୁକ୍ତ ୩ ଛାତ୍ରଛାତ୍ରୀ ଦେଇଛନ୍ତି ଧାରଣା । ଅଧିକ ପଢନ୍ତୁ...

ଅନଲାଇନ ପରୀକ୍ଷା ଦାବି, FM ୟୁନିଭର୍ସିଟି ଆଗରେ ୧୫୦୦ ଛାତ୍ରଛାତ୍ରୀଙ୍କ ଧାରଣା
ଅନଲାଇନ ପରୀକ୍ଷା ଦାବି, FM ୟୁନିଭର୍ସିଟି ଆଗରେ ୧୫୦୦ ଛାତ୍ରଛାତ୍ରୀଙ୍କ ଧାରଣା

By

Published : Oct 8, 2021, 3:32 PM IST

ବାଲେଶ୍ବର: ଫକୀର ମୋହନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା କଲେଜର ଯୁକ୍ତ ତିନି ପ୍ରଥମ ସେମିଷ୍ଟାର ପରୀକ୍ଷା ଅନଲାଇନ ମାଧ୍ୟମରେ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ମହାମାରୀ ଯୋଗୁଁ ଅଫଲାଇନରେ ସଂକ୍ରମଣର ଭୟ ଥିବା ଯୋଗୁଁ ପରୀକ୍ଷାକୁ ଅନଲାଇନରେ କରିବାକୁ ଦାବି କରି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ୧୫୦୦ ଛାତ୍ରଛାତ୍ରୀ ।

ଅନଲାଇନ ପରୀକ୍ଷା ଦାବି, FM ୟୁନିଭର୍ସିଟି ଆଗରେ ୧୫୦୦ ଛାତ୍ରଛାତ୍ରୀଙ୍କ ଧାରଣା

କୋରୋନା ମହାମାରୀ ପାଇଁ ଅନଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ବହୁବାର ଦାବି ଜଣାଇ ଆସିଛନ୍ତି । ଏନେଇ 4୦ଟି କଲେଜରୁ 1500ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରେ ପହଞ୍ଚି ଅନଲାଇନ ପରୀକ୍ଷା ପାଇଁ ଦାବି କରିଥିଲେ । କିନ୍ତୁ ସେମାନଙ୍କ ଦାବିକୁ ଶୁଣିନଥିଲେ କର୍ତ୍ତୃପକ୍ଷ । ଏହାପରେ ସେମାନେ ଅନେକ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ତେବେ ଏହା ପରେ ଛାତ୍ରଛାତ୍ରୀଙ୍କ ଦାବି ଶୁଣିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଆସନ୍ତା 21 ତାରିଖ ପାଖରୁ ଅନଲାଇନ ପରୀକ୍ଷା ହେବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details