ଓଡିଶା

odisha

ETV Bharat / city

ତାତିଲେ ଅଭିଭାବକ: ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍‌ରେ ତାଲା

ପୋଲିସ ହାଇସ୍କୁଲର ବିଭିନ୍ନ ଅଵ୍ୟଵସ୍ଥାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ଅଧିକ ପଢନ୍ତୁ...

ତାତିଲେ ଅଭିଭାବକ: ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍‌ରେ ତାଲା
ତାତିଲେ ଅଭିଭାବକ: ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍‌ରେ ତାଲା

By

Published : Jan 23, 2020, 11:19 AM IST

ବାଲେଶ୍ଵର: ଜିଲ୍ଲାର ପୋଲିସ ହାଇସ୍କୁଲର ବିଭିନ୍ନ ଅଵ୍ୟଵସ୍ଥାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ଦାବି ପୂରଣ ନହେବା ଯାଏ ଧାରଣାରୁ ଉଠିବେ ନାହିଁ ବୋଲି ସ୍ପଷ୍ଟ ରୂପରେ ଚେତାବନୀ ଦେଇଛନ୍ତି ।

ତାତିଲେ ଅଭିଭାବକ: ବିଭିନ୍ନ ଦାବି ନେଇ ସ୍କୁଲ ଗେଟ୍‌ରେ ତାଲା

ସ୍କୁଲରେ ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ବେଳେ ଛାନୂଆ ସ୍କୁଲର ପ୍ରଧାନ ଶିକ୍ଷକ ପୋଲିସ ହାଇସ୍କୁଲର ଦାୟିତ୍ବରେ ରହିଛନ୍ତି। ଯାହାଦ୍ବାରା ଉକ୍ତ ପ୍ରଧାନ ଶିକ୍ଷକ ପ୍ରତିଦିନ ସ୍କୁଲ ଆସିବା ସମ୍ଭବ ହେଉ ନଥିବାରୁ ସ୍କୁଲରେ ନାନା ସମସ୍ୟା ଉପୁଜୁଛି। ଏହାସହ ସ୍କୁଲର ବିଭିନ୍ନ ଜିନିଷ ଚୋରି ହେଉଥିବା ଅଭିଯୋଗ ହୋଇଛି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଠିକ୍ ସମୟରେ ଆସୁନଥିବା ଅଭିଯୋଗ ହେଉଛି। ମୁରବି ବିହୀନ ପୋଲିସ ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକ ଓ ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଶେଷରେ ବାଧ୍ୟ ହୋଇ ଧାରଣା ଦିଆଯାଇଥିବା କୁହାଯାଇଛି।

ଅନ୍ୟପଟେ ଗୁରୁବାର ନେତାଜୀ ଜୟନ୍ତୀ ଥିବାବେଳେ ସ୍କୁଲରେ ପାଳନ ହୋଇ ପାରି ନାହିଁ। ଠିକ୍‌ ସମୟରେ ଶିକ୍ଷକମାନେ ସ୍କୁଲ ନଆସି ଜୟନ୍ତୀ ପାଳନ ପାଇଁ ଆନ୍ତରିକତା ଦେଖାଇ ନଥିବା ଅଭିଯୋଗ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details