ବାଲେଶ୍ବର: CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ ପାଇଛି । ସଠିକ ମୂଲ୍ୟାଙ୍କନ ହୋଇନଥିବା ଅଭିଯୋଗ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ । ଏପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦିପୁରସ୍ଥିତ ସେଣ୍ଟ ଜାଭିୟର ସ୍କୁଲରେ ।
CBSE 10ମ ଫଳାଫଳକୁ ନେଇ ଅସନ୍ତୋଷ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିଲେ ଅଭିଭାବକ - Student protests over CBSE 10th result
CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁରରେ ଉତ୍ତେଜନା । ମାର୍କିଂକୁ ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ ଅସନ୍ତୋଷ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...
CBSE 10ମ ଫଳାଫଳକୁ ନେଇ ଅସନ୍ତୋଷ, ସ୍କୁଲ କର୍ତ୍ତୁପକ୍ଷଙ୍କୁ ଘେରିଲେ ଅଭିଭାବକ
CBSE 10ମ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଛାତ୍ରାଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ହୋଇଥିବା ପରୀକ୍ଷାରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ କମ ମାର୍କ ମିଳିଛି । ଗଣିତ ଓ ବିଜ୍ଞାନରେ ପୂର୍ବ ପରୀକ୍ଷାରେ ୯୦ ପ୍ରତିଶତ ରଖିଥିବା ଛାତ୍ରଛାତ୍ରୀଙ୍କୁ ମାତ୍ର ୩୦ ପ୍ରତିଶତ ମାର୍କ ଦିଆଯାଇଥିବା ଅଭିଯୋଗ ଉଠିଛି । କେଉଁ ଆଧାରରେ ମାର୍କ କଟିଲା ବୋଲି ଛାତ୍ରଛାତ୍ରୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେଇ ପାରିବେ ବୋଲି କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ