ଓଡିଶା

odisha

ETV Bharat / city

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନା ଆଗରେ ପରିବାର ଲୋକଙ୍କ ଧାରଣା - ସୋର ଥାନା

ବାଲେଶ୍ବରରେ ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଛାତ୍ରୀଙ୍କ ପରିବାର ଲୋକେ ଥାନା ଆଗରେ ଧାରଣା ଦେଇଛନ୍ତି।

balasore
ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନା ଆଗରେ ପରିବାର ଲୋକଙ୍କ ଧାରଣା

By

Published : Mar 5, 2020, 3:14 PM IST

ବାଲେଶ୍ବର: ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଛାତ୍ରୀଙ୍କ ପରିବାର ଲୋକେ ଥାନା ଆଗରେ ଧାରଣା ଦେଇଛନ୍ତି।

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନା ଆଗରେ ପରିବାର ଲୋକଙ୍କ ଧାରଣା

ମିଳିଥିବା ସୂଚନା ଅନୁସାରେ, ସୋର ଥାନା ଅଞ୍ଚଳର ଜଣେ ଛାତ୍ରୀ କଲେଜରୁ ଫେରୁଥିବାବେଳେ ତପନ ମହାଳିକ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇଥିବା ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗର 15 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅସମର୍ଥ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାସହ ଅଭିଯୁକ୍ତଙ୍କ ଗିରଫ ଦାବି କରି ପରିବାର ଲୋକେ ସୋର ଥାନା ଆଗରେ ଧାରଣା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details