ବାଲେଶ୍ବର:ଜିଲ୍ଲାରେ ଗଣମାଧ୍ୟମ ପ୍ରତି ବାଲେଶ୍ବର ଏସପି ଲଗାଇଥିବା ଅଙ୍କୁଶକୁ ପ୍ରତିବାଦ ଜଣାଇଛନ୍ତି ବାଲେଶ୍ଵର ସାମ୍ବାଦିକ ଗଣ । ଆଜି (ଗୁରୁବାର) ପୋଲିସ ଶହୀଦ ଦିବସ ପାଳନ ହେଉଥିବା ବେଳେ ଏଥିପାଇଁ ସାମ୍ବାଦିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ମାତ୍ର ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ବର୍ଜନ କରିବା ସହ ପୃଥକ ଭାବେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାମ୍ବାଦିକମାନଙ୍କ ନିକଟକୁ ଏସପି ସୁଧାଂଶୁ ଶେଖର ମିଶ୍ର ଆସି ବୁଝାସୁଝା କରିବା ସହ ପୋଲିସ ସାମ୍ବାଦିକଙ୍କୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ।