ବାଲେଶ୍ବର: ତିନି ପୁଅ ଥାଇବି ରାସ୍ତା କଡରେ ପଡି ରହିଥିଲା ବାପା । ବୟସର ଅପରାହ୍ନରେ ଖାଇବା କଥା ତ ଦୂର ଅସୁସ୍ଥ ବାପାଙ୍କୁ ଚାହୁଁ ନାହାନ୍ତି ଜନ୍ମ କଲା ପୁଅ। ଶେଷରେ କିଛି ଲୋକଙ୍କ ସହାୟତାରେ ଅସୁସ୍ଥ ବୃଦ୍ଧଙ୍କୁ ନିଆଯାଇଛି ମେଡିକାଲ। ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କୁରୁଡ଼ା ଗ୍ରାମରେ।
ପର କଲେ ତିନି ପୁଅ, ରାସ୍ତାକଡରେ ପଡିରହିଲେ ଅସୁସ୍ଥ ବାପା - କୁରୁଡ଼ା ଗ୍ରାମ
ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କୁରୁଡ଼ା ଗ୍ରାମରେ ଅଭାବନୀୟ ଘଟଣା । ରାସ୍ତା କଡରେ ପଡି ଅସୁସ୍ଥ ହୋଇ ଦୀର୍ଘ ସମୟ ଜଣେ ବୃଦ୍ଧ ପଡିରହିଥିଲେ । ଖବର ପାଇଥିଲେ ମଧ୍ୟ କେହି ବି ପୁଅ ତାଙ୍କୁ ଦେଖିବାକୁ ପହଞ୍ଚିନାହାନ୍ତି । ଅଧିକ ପଢନ୍ତୁ...
ତିନି ପୁଅଙ୍କ ପାଇଁ ବାପା ହେଲା ଅଲୋଡା
କୁରୁଡ଼ା ଗାଁର 83 ବର୍ଷୀୟ ବୃଦ୍ଧ ବାଞ୍ଛାନିଧି ବେହେରାଙ୍କ 3 ପୁଅ ଓ 3 ଝିଅ। ବୃଦ୍ଧ ବାଞ୍ଛାନିଧିଙ୍କ ପରିଣତ ବୟସରେ ତାଙ୍କର ତିନି ପୁଅ ତାଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଗତ ଦୁଇଦିନ ଧରି ବାଞ୍ଛାନିଧିଙ୍କ ଦେହ ଅସୁସ୍ଥ ଥିବାରୁ ସେ ଗାଁର ରାସ୍ତା କଡରେ ପଡି ଯାଇଥିଲେ। ତାଙ୍କୁ ସେଠାରୁ ନେବାକୁ କୌଣସି ଜଣେ ବି ପୁଅ ପହଞ୍ଚିଲା ନାହିଁ । ଦୀର୍ଘ ସମୟ ଯାଏଁ ବୃଦ୍ଧ ଜଣଙ୍କ ରାସ୍ତା କଡରେ ପଡିରହିବା ପରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ତାଙ୍କୁ ମେଡିକାଲ ନିଆଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ