ବାଲେଶ୍ଵର: ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସହର ସମସ୍ୟା ବିଷୟରେ ଦାବି ଉପସ୍ଥାପନ କଲା ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ସୋସାଇଟି । ସୋସାଇଟିର ସଦସ୍ୟମାନେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଭେଟି ଜଉ କଣ୍ଢେଇ ଉପହାର ଦେବା ସହ ସହରର ପ୍ରମୁଖ ସମସ୍ୟା ଉପସ୍ଥାପନ କରିଛନ୍ତି । ସହର ଭିତରେ ହେଉଥିବା ବେଆଇନ ପାର୍କିଂ ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣରେ ଆବେହଳା ଯୋଗୁଁ ମେଡିକାଲ ରାସ୍ତା ଓ ମେଡିକାଲ ସମ୍ମୁଖରେ ପ୍ରବଳ ଭିଡ ହେଉଛି । ଯାହାଦ୍ୱାରା ରୋଗୀମାନଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ମେଡିକାଲ ଭିତରକୁ ପଶିବାରେ ସମସ୍ୟା ଦେଖା ଦେଉଛି । ସେହିପରି ଫକୀର ମୋହନ କଲେଜ ରାସ୍ତାରେ ବେଆଇନ ପାର୍କିଂ ଯୋଗୁଁ କଲେଜ ସମୟରେ ରାସ୍ତା ଜାମ ହୋଇ ଲୋକମାନେ ଅସୁବିଧା ଭୋଗୁଛନ୍ତି ।
ବାଲେଶ୍ୱର ସହରରେ ପୁଳା ପୁଳା ସମସ୍ୟା, ଜିଲ୍ଲାପାଳଙ୍କୁ ଅବଗତ କଲା ସ୍ୱେଚ୍ଛାସେବୀ ସଂଗଠନ - ଜିଲ୍ଲାପାଳଙ୍କୁ ଭେଟିଲା ସ୍ମାଇଲ ସୋସାଇଟି
ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସହର ସମସ୍ୟା ବିଷୟରେ ଦାବି ଉଅପସ୍ଥାପନ କଲା ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ସୋସାଇଟି । ସହର ଭିତରେ ହେଉଥିବା ବେଆଇନ ପାର୍କିଂ ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣରେ ଆବେହଳା ଯୋଗୁଁ ମେଡିକାଲ ରାସ୍ତା ଓ ମେଡିକାଲ ସମ୍ମୁଖରେ ପ୍ରବଳ ଭିଡ ହେଉଛି । ଅଧିକ ପଢନ୍ତୁ
ବାଲେଶ୍ବର ସହର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ସ୍ମାଇଲ ସୋସାଇଟି
ବାଲେଶ୍ବର ସହର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲା ସ୍ମାଇଲ ସୋସାଇଟି
ବୈରାମ ନଗର ଅଞ୍ଚଳରେ ଡ୍ରେନ ବ୍ୟବସ୍ଥା ଠିକ ନଥିବାରୁ ସାମାନ୍ୟ ବର୍ଷାରେ ଅଞ୍ଚଳରେ ପାଣି ସୁଅ ରହୁଛି । ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି ଅଚଳ ଯୋଗୁଁ ଛିନତାଇ ବୃଦ୍ଧି ପାଉଛି । ଏ ସମସ୍ତ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦାବି ଗୁଡିକ ଉପରେ ଧ୍ୟାନ ଦେବାପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର