ଓଡିଶା

odisha

ETV Bharat / city

ଜାତୀୟସ୍ତରରେ ପୁରସ୍କାର ପାଇଲା ବାଲେଶ୍ଵରର କ୍ଷୁଦ୍ର ଫିଲ୍ମ - କ୍ଷୁଦ୍ର ଫିଲ୍ମ ରାକ୍ଷୀକୁ ଜାତୀୟ ସମ୍ମାନ

ସାମାଜରେ ସଚେତନତା ଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର କରି ଜାତୀୟସ୍ତରରେ ପୁରସ୍କୃତ ହେଲେ ବାଲେଶ୍ବର କଳାକାର । ପୂର୍ବରୁ ୟୁଟ୍ୟବରେ କମେଡି ତଥା ଅନ୍ୟାନ୍ୟ ଭିଡିଓରେ ଅଭିନୟ କରୁଥିବା ଏହି କଳାକାରମାନଙ୍କୁ ମିଳିଛି ସ୍ବତନ୍ତ୍ର ପରିଚୟ । ଅଧିକ ପଢନ୍ତୁ

ସଚେତନତା ଧର୍ମୀ କ୍ଷୁଦ୍ର ଫିଲ୍ମ ରାକ୍ଷୀ, ଅଭିନେତାଙ୍କୁ ଜାତୀୟସ୍ତରରେ ପୁରୁସ୍କୃତ
ସଚେତନତା ଧର୍ମୀ କ୍ଷୁଦ୍ର ଫିଲ୍ମ ରାକ୍ଷୀ, ଅଭିନେତାଙ୍କୁ ଜାତୀୟସ୍ତରରେ ପୁରୁସ୍କୃତ

By

Published : Jul 5, 2022, 10:13 PM IST

ବାଲେଶ୍ବର: ଦିନେ କିଛି ସାଙ୍ଗ ମିଶି ଏକ ୟୁ-ଟ୍ୟୁବ ଚ୍ୟାନେଲ କରି ସେଥିରେ କମେଡି ଭିଡ଼ିଓ ସହ କିଛି ସଚେତନତାମୂଳକ ବାର୍ତ୍ତା ପ୍ରଦର୍ଶନ କରୁଥିଲେ । ସବୁ ସାଙ୍ଗମାନେ ଛାତ୍ର ହୋଇ ଥିବାବେଳେ ସେମାନଙ୍କ ଏପରି ଉଦ୍ୟମ ଆଜି ସେମାନଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ଜାତୀୟସ୍ତରୀୟ ପୁରସ୍କାର ହାସଲ କରିଛନ୍ତି ବାଲେଶ୍ବର ଜିଲ୍ଲାର ଏହି ଛାତ୍ରମାନେ । ରାଜ୍ୟ ଟ୍ରାନ୍ସପୋର୍ଟ ଅଥେରିଟି ପକ୍ଷରୁ ଆୟୋଜିତ ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ବାଲେଶ୍ଵରର ଏହି କଳାକାରମାନେ ଏକ କ୍ଷୁଦ୍ର ଫିଲ୍ମ 'ରାକ୍ଷୀ' ଉପସ୍ଥାପନ କରି ଜାତୀୟସ୍ତରରେ ପୁରସ୍କାର ହାସଲ କରିଛନ୍ତି ।

ସଚେତନତା ଧର୍ମୀ କ୍ଷୁଦ୍ର ଫିଲ୍ମ ରାକ୍ଷୀ ଜାତୀୟସ୍ତରରେ ପୁରୁସ୍କୃତ

ଏହି ଟିମକୁ ସିଲ୍ଡ ସାଙ୍ଗକୁ ପୁରସ୍କାର ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସରକାରଙ୍କ ସଡକ ସୁରକ୍ଷା ସମ୍ପର୍କିତ ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏନେଇ ଜାଣିବା ପରେ ବାଲେଶ୍ଵର ସହର ଚୂନଭାଟିରେ ରହୁଥିବା ଅଭିନେତା ମନ୍ମୟ ଦେ ନିଜ ଟିମକୁ ନେଇ କାମ ଆରମ୍ଭ କରି ଦେଇଥିଲେ । ଦୁଇ ମିନିଟ୍‌ର ଏହି ଭିଡିଓରେ ସଡକ ସୁରକ୍ଷା ବାର୍ତ୍ତାଦିଆଯାଇଛି । ଗାଡି ଚଳାଇବା ସମୟରେ ହେଲମେଣ୍ଟ ବ୍ୟବହାର କେତେ ଗୁରୁତ୍ବପୂର୍ଣ୍ଣ ତାର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି ଏହି କଳାକାରମାନେ ।

ସେହିପରି ମହିଳାମାନଙ୍କ ମାସିକ ଋତୁସ୍ରାବ ସମୟରେ ସ୍ବଚ୍ଛତା କେତେ ଗୁରୁତ୍ବପୂର୍ଣ୍ଣ, କପଡା ବଦଳରେ ସାନିଟାରୀ ନାପକିନ୍ ବ୍ୟବହାର ଫଳରେ ମହିଳା ବା ଝିଅମାନେ ସୁସ୍ଥତା ବଜାୟ ରଖିପାରିବେ ବୋଲି ଏହି ସର୍ଟ ଫିଲ୍ମରେ ଦର୍ଶାଯାଇଛି । ଏହି ଡକ୍ୟୁମେଣ୍ଟାରୀର ନାମ 'ରାକ୍ଷୀ' ରଖାଯାଇଥିଲା । ଯାହାକୁ ଖୁବ୍ ପ୍ରଶଂସିତ କରାଯାଇଛି । ଅଭିନେତା ମନ୍ମୟ ଦେଙ୍କ ଲିଖିତ ଏବଂ ନିର୍ଦ୍ଦେଶିତ ଏହି କ୍ଷୁଦ୍ର ଚଳଚ୍ଚିତ୍ର 'ରାକ୍ଷୀ'ରେ ନିଜେ ମନ୍ମୟ, ଭାଇ ଭୂମିକାରେ ଅଭିନୟ କରି ଥିବାବେଳେ ଅନନ୍ୟା ପରିଡା ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି । ଚଳିତ ମାସ ୧୮ ଏବଂ ୧୯ ତାରିଖରେ ଏହାକୁ ସ୍କ୍ରିନିଂ କରାଯାଇଥିଲା । ପରେ ପୁଣି ପୁରୀରେ ୨୪ ତାରିଖରେ ସ୍କ୍ରିନିଂ କରାଯାଇଥିଲା ।

୨୫ ତାରିଖରେ ପୁରୀ ଟାଉନ୍ ହଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ନିର୍ମାତା ଏବଂ ଅଭିନେତାମାନଙ୍କୁ ପୁରସ୍କୃତ କରାଯାଇଛି । ଏହି ପ୍ରତିଯୋଗିତାରେ ସାରା ଭାରତରେ ୨୪୦ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା । ୬ ଟି ଭାଷାର ୮ ଟି ରାଜ୍ୟର କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ । ବିଶେଷକରି ଓଡ଼ିଆ ଓ ଅଣ ଓଡ଼ିଆ ବିଭାଗ ଅଲଗା ରହିଥିଲା । ତେବେ ଓଡ଼ିଆ ଭାଷା ତଥା ବିଭାଗରେ ୧୭୦ ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ 'ରାକ୍ଷୀ' ଫିଲ୍ମ ଆଓ୍ବାର୍ଡ ଗ୍ରହଣ କରି ଓଡ଼ିଶା ତଥା ବାଲେଶ୍ଵର ପାଇଁ ଗର୍ବ ଆଣିଛନ୍ତି । ଏହି ଟିମ୍‌ରେ ପ୍ରାୟ ୧୨ ଜଣ ସାମିଲ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଟିମ୍ ୨୫ ଟି ଭିଡିଓ ପ୍ରସ୍ତୁତ କରିସାରିଛି । ଆଗକୁ ମଧ୍ୟ ଏହିପରି ସଚେତନ ଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ଲଖିଛନ୍ତି ଟିମର ସମସ୍ତ ସଦସ୍ୟ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details