ବାଲେଶ୍ଵର: ଶନି ମନ୍ଦିର ଚାବି ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତ ଖଡିପଦା ଗ୍ରାମରେ ଥିବା ଶନି ମନ୍ଦିରରେ ଠାକୁର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଠାକୁରଙ୍କର କେଜିଏରୁ ଉର୍ଦ୍ଧ୍ବ ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ଶନି ମନ୍ଦିରରୁ ଅଳଙ୍କାର ଓ ମୁକୁଟ ଲୁଟିନେଲେ ଦୁର୍ବୃତ୍ତ
ଶନି ମନ୍ଦିର ଚାବି ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଦକ୍ଷିଣ ନରସିଂହପୁର ପଞ୍ଚାୟତ ଖଡିପଦା ଗ୍ରାମରେ ଥିବା ଶନି ମନ୍ଦିରରେ ଠାକୁର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ଶନି ମନ୍ଦିରରୁ ଅଳଙ୍କାର ଓ ମୁକୁଟ ଲୁଟିନେଲେ ଦୁର୍ବୃତ୍ତ
ସକାଳେ ମନ୍ଦିର ପୂଜକ ମନ୍ଦିରରେ ପହଞ୍ଚି ଦେଖିଥିଲେ ଯେ ଚାବି ଭଙ୍ଗା ଯାଇଥିବା ସହ ମୁକୁଟ ଓ ଅଳଙ୍କାର ନେଇ ଠାକୁରଙ୍କ ମୂର୍ତ୍ତି ମୁହଁକୁ ପଛକୁ ବୁଲାଇ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ନୀଳଗିରି ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ