ଓଡିଶା

odisha

ETV Bharat / city

ଝିଅବୋହୂଙ୍କୁ କରୁଥିଲା ଅଶ୍ଲୀଳ ଇଙ୍ଗିତ; ନିସ୍ତୁକ ମାଡ ପରେ ରୋମିଓକୁ ୬ ମାସ ରୋଡ଼ ମନା

3 ମାସ ଧରି ଝିଅବୋହୂଙ୍କୁ ରାସ୍ତାରେ ଚଲାଇ ଦେଉନଥିଲା ରୋଡ ରୋମିଓ । ଗ୍ରାମବାସୀଙ୍କ ହାବୁଡରେ ଧରାପଡିବା ପରେ 6 ମାସ ପାଇଁ ବନ୍ଦ ହେଲା ରୋଡ । ଅଧିକ ପଢନ୍ତୁ...

ଝିଅବୋହୂଙ୍କୁ କରୁଥିବା ଅଶ୍ଲୀଶ ଇଙ୍ଗିତ
ଝିଅବୋହୂଙ୍କୁ କରୁଥିବା ଅଶ୍ଲୀଶ ଇଙ୍ଗିତ

By

Published : Apr 18, 2021, 10:10 AM IST

ବାଲେଶ୍ବର: ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକକୁ ନିସ୍ତୁକ ମାଡ । ଝିଅ, ବୋହୂଙ୍କ ଉପରେ ଖରାପ ଇଙ୍ଗିତ ଓ ବ୍ୟବହାର କରୁଥିବା ନେଇ ଅଭିଯୁକ୍ତକୁ ଆଣ୍ଠେଇବା ସହ ମିଳିମିଶି ପିଟିଲେ ଗ୍ରାମବାସୀ। ଘଟଣାଟି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ।

ଝିଅବୋହୂଙ୍କୁ କରୁଥିଲା ଅଶ୍ଲୀଶ ଇଙ୍ଗିତ

ଗତ 3 ମାସ ଧରି ରେମୁଣା ବଜାରରେ ପ୍ରମୋଦ ନାରାୟଣ ତ୍ରିପାଠୀ ନାମକ ଜଣେ ଯୁବକ ଯୁବତୀ ଓ ମହିଳାଙ୍କୁ ଦୁର୍ବ୍ୟବହାର କରି ଆସୁଥିଲା । ଯୁବକର ଏଭଳି ବ୍ୟବହାରରେ ମହିଳାମାନେ ଅତିଷ୍ଠ ହୋଇପଡିଥିଲେ । ପ୍ରତିଦିନ ଯୁବକ ଜଣକ ନିଜ ବାଇକର ନମ୍ବର ପ୍ଲେଟ କାଢି ଝିଅ ବୋହୂଙ୍କ ଅଶ୍ଲୀଳ ଆଚରଣ କରି ଚମ୍ପଟ ମାରୁଥିଲା । ସବୁଦିନ ପରି ଶନିବାର ଏଭଳି କରୁଥିବାବେଳେ ଯୁବକ କାବୁ କରାଯାଇଥିଲା ।

ଗ୍ରାମବାସୀଙ୍କ ହାବୁଡରେ ରୋଡ ରୋମିଓ ଧରାପଡିବା ପରେ ଆଉ ଏଭଳି କାର୍ଯ୍ୟ କରିବ ନାହିଁ ବୋଲି କହିଛି । ଏହା ସହ ୬ ମାସ ଯାଏଁ ରେମୁଣା ବଜାର ନ ଆସିବାକୁ ସ୍ବୀକାର କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଛାଡିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details