ଓଡିଶା

odisha

ETV Bharat / city

ଓଭରଟେକ ହେଲା କାଳ: ବସ-ଟ୍ରକ୍ ଧକ୍କା, 14 ଆହତ - balesore news

ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ଚନ୍ଦନେଶ୍ଵର ଯାଉଥିବା 57ନମ୍ବର ରାଜ୍ୟ ରାଜପଥର ତାଳବଣିଆ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା ଯୋଗୁଁ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

By

Published : Nov 10, 2019, 2:38 PM IST

Updated : Nov 10, 2019, 2:52 PM IST

ବାଲେଶ୍ବର: ଜିଲ୍ଲାର ଜଳେଶ୍ବରରୁ ଚନ୍ଦନେଶ୍ଵର ଯାଉଥିବା 57ନମ୍ବର ରାଜ୍ୟ ରାଜପଥର ତାଳବଣିଆ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଧକ୍କା ଯୋଗୁଁ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ସକାଳ ସମୟରେ ଭୋଗରାଇ ଅଞ୍ଚଳରୁ ଯାତ୍ରୀ ନେଇ ନୁରାନୀ ନାମକ ଏକ ଘରୋଇ ବସ ଜଳେଶ୍ବର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଓଭରଟେକ କରୁଥିବାବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ 14ଜଣ ଆହତ ହୋଇଥିବାବେଳେ ଡ଼୍ରାଇଭର ସମେତ ଆଠ ଜଣ ଗୁରୁତର ହୋଇ ଜଳେଶ୍ବର ଜୀକେ ଭଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୲

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Nov 10, 2019, 2:52 PM IST

ABOUT THE AUTHOR

...view details