ଓଡିଶା

odisha

ETV Bharat / city

ପେନସନ ଭୋଗୀଙ୍କ ଦୁର୍ଦ୍ଦଶା; ସ୍ବଳ୍ପ ପେନସନକୁ ନେଇ ଚିନ୍ତାରେ ଅବସରପ୍ରାପ୍ତ କର୍ମଚାରୀ - ବାଲେଶ୍ବର ଖବର

ଓଡ଼ିଶା ଉଠା ଜଳସେଚନ ନିଗମରେ କାର୍ଯ୍ୟକରି ଅବସର ନେଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ । ମାସିକ ପେନସନ୍ ବୃଦ୍ଧି କରୁ ନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ପେନସନ ଭୋଗୀଙ୍କ ଦୁର୍ଦ୍ଧଶା; ସ୍ବଳ୍ପ ପେନସନକୁ ନେଇ ଚିନ୍ତାରେ ଅବସରପ୍ରାପ୍ତ କର୍ମଚାରୀ
ପେନସନ ଭୋଗୀଙ୍କ ଦୁର୍ଦ୍ଧଶା; ସ୍ବଳ୍ପ ପେନସନକୁ ନେଇ ଚିନ୍ତାରେ ଅବସରପ୍ରାପ୍ତ କର୍ମଚାରୀ

By

Published : Sep 30, 2021, 2:02 PM IST

ବାଲେଶ୍ବର:ଓଡ଼ିଶା ଉଠା ଜଳସେଚନ ନିଗମରେ କାର୍ଯ୍ୟକରି ଅବସର ନେଇଥିବା କର୍ମଚାରୀମାନଙ୍କ ପକ୍ଷରୁ ଭବିଷ୍ୟନିଧି ସଂସ୍ଥା ସେମାନଙ୍କର ମାସିକ ପେନସନ୍ ବୃଦ୍ଧି କରୁ ନଥିବା ଅଭିଯୋଗ ହୋଇଛି। ନିଗମ ଅଧିନରେ ଦୀର୍ଘ ୨୫ ରୁ ୩୦ ବର୍ଷ କାର୍ଯ୍ୟକରି ଅବସର ନେଇଥିବା କର୍ମଚାରୀମାନଙ୍କୁ ଇପିଏଫ୍–୧୯୯୫ ପେନ୍‌ସନ୍ ଯୋଜନାରେ ମାସିକ ମାତ୍ର ୧ ହଜାର ଟଙ୍କା କିମ୍ବା ୧ ହଜାରରୁ କମ୍ ପରିମାଣର ପେନ୍‌ସନ୍ ଦିଆଯାଉଛି।

ଉଚ୍ଚ ବେତନ ହାରରେ ଦରମା ପାଇଥିବା ଇଞ୍ଜିନିୟରମାନେ ମାସକୁ ସର୍ବାଧିକ ୫ ହଜାର ଟଙ୍କା ମଧ୍ୟ ପେନସନ ପାଉନାହାନ୍ତି। ଓଡ଼ିଶା ଉଠା ଜଳସେଚନ ନିଗମରେ ପ୍ରାୟ ୭ ହଜାର କର୍ମଚାରୀ ଏହି ଅବସର ପରେ ବହୁ ଦୁର୍ଦ୍ଦଶା ମଧ୍ୟରେ ଆର୍ଥିକ ଅନଟନରେ ରହୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଡି କର୍ତ୍ତୃପକ୍ଷ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ବରିଷ୍ଠ ନାଗରିକମାନେ ନିବେଦନ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details