ବାଲେଶ୍ୱର:ଜିଲ୍ଲା ସୋରରେ ଧର୍ମାନ୍ତରୀକରଣକୁ ନେଇ ଉତ୍ତେଜନା । ସୋର ବଜାରରେ ଧର୍ମପରିବର୍ତ୍ତନ ପାଇଁ ଲୋକଙ୍କୁ ଉସୁକାଇବାବେଳେ ଚାରି ଜଣଙ୍କୁ ଧରିଲେ ଲୋକେ । ବିଭିନ୍ନ ପ୍ରଚାର ସାମଗ୍ରୀ ସହିତ ବହି ଗୁଡିକୁ ପୋଡିଲେ ଉତ୍ତେଜିତ ଲୋକେ ।
ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା
ସୋର ବଜାରରେ ଖ୍ରୀଷ୍ଟିଆନ ଧର୍ମାବିଲମ୍ବୀ ବହି ବିକ୍ରି କରିବା ସହିତ କିଛି ଯୁବକଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ
ଧର୍ମ ପରିବର୍ତ୍ତନ ଅଭିଯୋଗରେ ଉତ୍ତେଜନା
ସୋର ବଜାରରେ ବାଲେଶ୍ଵରରୁ ଚାରି ଜଣ ଖ୍ରୀଷ୍ଟିଆନ ଧର୍ମାବିଲମ୍ବୀ ବହି ବିକ୍ରି କରିବା ସହିତ କିଛି ଯୁବକଙ୍କୁ ଧର୍ମ ପରିବର୍ତ୍ତନ କରାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗରେ ହୋଇଛି । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯୁବକମାନଙ୍କୁ ଚାକିରୀ ଓ ଟଙ୍କାର ପ୍ରଲୋଭନ ଦେଖାଉଥିବା ଅଭିଯୋଗରେ ଯୁବକମାନେ ଉତ୍ତେଜିତ ହୋଇ ବହି ସବୁ ପୋଡି ପକାଇଥିଲେ। ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ବୁଝାସୁଝା କରି ଚାରିଜଣଙ୍କୁ ଥାନାରେ ଅଟକ ରଖିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ