ଓଡିଶା

odisha

ETV Bharat / city

ବିକାଶର ବାସ୍ତବତା; ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ କଲେ ମହିଳା

ବିକାଶର ନଗ୍ନ ଚିତ୍ର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ଅଧିନ ଲୋକନାଥପୁର ଗ୍ରାମରେ ଘଟିଛି ଏଭଳି ଘଟଣା । ଗାଁକୁ ଆମ୍ବୁଲାନ୍ସ ପଶି ନପାରିବାରୁ ରାସ୍ତାରେ ପ୍ରସବ କଲେ ମହିଳା । ଅଧିକ ପଢନ୍ତୁ...

ବିକାଶର ବାସ୍ତବତା, ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ,, ରାସ୍ତାରେ ପ୍ରସବ କଲେ ମହିଳା
ବିକାଶର ବାସ୍ତବତା, ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ,, ରାସ୍ତାରେ ପ୍ରସବ କଲେ ମହିଳା

By

Published : Oct 10, 2021, 7:26 AM IST

ବାଲେଶ୍ବର: ପୁଣି ଜିଲ୍ଲାରେ ଦେଖିବାକୁ ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଅଧିନ ଲୋକନାଥପୁର ଗ୍ରାମରେ । ଅଞ୍ଚଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିବା ନଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ ଗ୍ରାମର ସୋନାରାମ ମୁର୍ମୁଙ୍କ ସ୍ତ୍ରୀ ସାନିଆଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜନନୀ ଏକ୍ସପ୍ରେସକୁ ଖବର ଦେଇଥିଲେ ମାତ୍ର ଜନନୀ ଏକ୍ସପ୍ରେସ ଗାଁକୁ ରାସ୍ତା ନଥିବାରୁ ଯାଇ ନପାରି ଗାଁ ଠାରୁ ୨ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ ।

ଏହି ଘଟଣାରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପସୂତୀ ଜଣକ ଖଟିଆ ସାହାର୍ଯ୍ୟରେ ବୁହା ହୋଇଥିଲେ । ଆଉ ଶେଷରେ ପ୍ରସବ ବେଦନା ସହି ନପାରି ରାସ୍ତାରେ ଜନ୍ମ ନେଇଛି ଶିଶୁ । ପରେ ମାଆ ଏବଂ ଶିଶୁ ପୁତ୍ରକୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details